Sat. Nov 23rd, 2024

ଦେଶରେ କରୋନା ସ୍ଥିତି ଅସମ୍ଭାଳ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 77,266 ଜଣ କରୋନା ରୋଗୀ ଚିହ୍ନଟ

By amfnews Aug 28, 2020 #Featured
116 Views

ନୂଆଦିଲ୍ଲୀ, ଅଗଷ୍ଟ ୨୮ : ଭାରତ ସମେତ ସମଗ୍ର ବିଶ୍ୱର ବିଭିନ୍ନ ଦେଶରେ ଜାରୀ ରହିଛି ମହାମାରୀ କରୋନା ଭାଇରସର ଆତଙ୍କ । ଭାରତରେ ପ୍ରତ୍ୟେକ ଦିନ ମାରାତ୍ମକ ଭାଇରସ୍ କରୋନା ମହାମାରୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ (ଗୁରୁବାର ସକାଳ 8 ରୁ ଶୁକ୍ରବାର ସକାଳ 8 ଟା ସୁଦ୍ଧା) ଦେଶରେ କରୋନା ସଂକ୍ରମଣର ରେକର୍ଡ ସଂଖ୍ୟକ 77,266 ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଏହି 1,057 ଜଣ କରୋନା ସଂକ୍ରମିତଙ୍କ ଜୀବନ ନେଇଛି ଏହି ଭୂତାଣୁ । ଏହା ସହିତ ଦେଶରେ ସମୁଦାୟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 33,84,575 କୁ ବୃଦ୍ଧି ପାଇଛି | ଏଥି ସହିତ, ଏପର୍ଯ୍ୟନ୍ତ ଦେଶରେ 61,694 ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି ।

ତେବେ ଏହା ନୁହେଁ ଯେ ଭାରତରେ କେବଳ କୋଭିଡ -19 ରୋଗୀଙ୍କ ସଂଖ୍ୟା ବଢୁଛି ବରଂ ଏହି ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଅନେକ ଲୋକ କରୋନା ଯୁଦ୍ଧରେ ଜିତି ନିଜ ଘରକୁ ଫେରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ 25,83,063 ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି।

By amfnews

Related Post