Sat. Mar 7th, 2026

ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୪୩କୁ ବୃଦ୍ଧି, ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ପାର

219 Views

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦିନକୁ ଦିନ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ବିଭିନ୍ନ ରାଜ୍ୟରୁ ପ୍ରତିଦିନ ଶହଶହ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୪୩ରେ ପହଞ୍ଚି ଯାଇଛି।

ଗତକାଲି ସନ୍ଧ୍ୟା ୫.୩୦ ସୁଦ୍ଧା ଏହି ସଂଖ୍ୟା ୫୧୯ ରହିଥିଲା। ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଅତିକ୍ରମ କରିଛି। ଆଜି ସକାଳ ୮.୩୦ ସୁଦ୍ଧା ଦେଶରେ ୧୭,୨୬୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୫୪୭ ଜଣ ସୁସ୍ଥ ହୋଇଥିବା ବେଳେ ୫୪୩ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ୧୪,୧୭୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ଦେଶର ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏଠାରେ ୨୭୩ ଜଣ ପ୍ରାଣ ହରାଇଛନ୍ତି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୦୩ରେ ପହଞ୍ଚି ଯାଇଛି। ୫୦୭ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ମଧ୍ୟପ୍ରଦେଶରେ ୭୦, ଗୁଜରାଟରେ ୬୩, ଦିଲ୍ଲୀରେ ୪୫, ଆନ୍ଧ୍ର ପ୍ରଦେଶରେ ୧୫, ଆସାମରେ ୧, ବିହାରରେ ୨, ହରିଆଣାରେ ୩, ହିମାଚଳ ପ୍ରଦେଶରେ ୧, ଜମ୍ମୁ-କଶ୍ମୀରରେ ୫, ଝାରଖଣ୍ଡରେ ୨, କର୍ଣ୍ଣାଟକାରେ ୧୬, କେରଳରେ ୩, ମେଘାଳୟରେ ୧, ଓଡ଼ିଶାରେ ୧, ପଞ୍ଜାବରେ ୧୬, ରାଜସ୍ଥାନରେ ୧୪, ତାମିଲନାଡୁରେ ୧୫, ତେଲେଙ୍ଗାନାରେ ୧୮, ଉତ୍ତର ପ୍ରଦେଶରେ ୧୭ ଓ ପଶ୍ଚିମବଙ୍ଗରେ ୧୨ ଜଣ ଲୋକ ପ୍ରାଣ ହରାଇଛନ୍ତି।

By amfnews

Related Post