Sat. Mar 7th, 2026

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୩୧

135 Views

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ଦିଲ୍ଲୀରେ ଆଉ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ପୀଡ଼ିତ ଜଣକ ଆୟର୍ଲାଣ୍ଡ ଏବଂ ମାଲେସିଆରୁ ଫେରିଛନ୍ତି। ଅନ୍ୟପଟେ ଜମ୍ମୁ-କଶ୍ମୀରର ସୁନ୍ଦରବନୀଠାରେ ଆଉ ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇ ୧୪ ଦିନ ଯାଏ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ୩୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ରାଜସ୍ଥାନ, ଜଣେ ତେଲାଙ୍ଗାନା ଏବଂ ଅନ୍ୟମାନେ ଦିଲ୍ଲୀ ଏବଂ ହରିୟାଣା(ଗୁରୁଗ୍ରାମ)ରେ ଚିକିତ୍ସିତ ହେଉଛନ୍ତି। ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଅନ୍ୟପଟେ ଦେଶରେ ବଢ଼ୁଥିବା କରୋନା ଆତଙ୍କକୁ ଦୃଷ୍ଟିରେ ରଖି ଗୁରୁଗ୍ରାମସ୍ଥିତ ବିର୍ଲା ସନ୍ ଲାଇଫ୍ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରେ ବସି କାମ କରିବାକୁ ପରାମର୍ଶ ଦେଇଛି। ଦେଶରେ କରୋନାକୁ ନେଇ ସାଧାରଣ ଲୋକେ ଭୟଭୀତ ହୋଇପଡ଼ିଥିବା ବେଳେ ସରକାର ଏବଂ ଅଭିଜ୍ଞ ଡାକ୍ତରମାନେ ଭୟଭୀତ ନ ହୋଇ ସାବଧାନ ରହିବାକୁ ଲଗାତର ପରାମର୍ଶ ଦେଉଛନ୍ତି।

By amfnews

Related Post