Fri. Mar 6th, 2026

ଦେଶରୁ ହଟିଲା ଶୀର୍ଷ ସ୍ତରୀୟ ଦୁଇ ଚୀନୀ ଆପ୍‌ ବାଇଦୁ ସର୍ଚ ଏବଂ ୱଇବୋ

256 Views

ନୂଆଦିଲ୍ଲୀ: ନିକଟ ଅତୀତରେ ଚୀନର ଅନେକ ଆପ୍‌ ବ୍ୟାନ ହୋଇଥିବା ବେଳେ ପୁଣି ଦୁଇ ଲୋକପ୍ରିୟ ଆପ୍‌ ଭାରତରୁ ବ୍ୟାନ୍‌ ହୋଇଛି। ବାଇଦୁ ସର୍ଚ ଏବଂ ୱଇେବୋ ଆପ୍‌କୁ ଭାରତରେ ବ୍ୟାନ୍‌ କରାଯାଇଥିବା ସୂଚନା ରହିଛି। ୨୦୦୯ ମସରେ ଲଞ୍ଚ୍‌ ‌ହୋଇଥିବା ୱଇବୋ ଆପ୍‌ର ଏବେ ସୁଦ୍ଧା ୫୦୦ ମିଲିୟନରୁ ଊର୍ଧ୍ବ ପଞ୍ଜିକୃତ ଉପଭୋକ୍ତା ଅଛନ୍ତି।

ଏହି ଉପଭୋକ୍ତାମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ହେଉଛନ୍ତି ଅନ୍ୟତମ ଷ୍ଟାର୍‌ ଉପଭୋକ୍ତା। ମୋଦୀ ଚୀନର ଏହି ଆପ୍‌ରେ ୨୦୧୫ ମସିହାରେ ଏକ ଆକାଉଣ୍ଟ୍‌ ଖୋଲିଥିଲେ।

ତେବେ ବାଇଦୁ ସର୍ଚ ଏବଂ ୱଇବୋ ଆପ୍‌କୁ ଏବେ ଗୁଗୁଲ୍‌ ଏବଂ ଆପେଲ୍ର‌ ଆପ୍‌ ଷ୍ଟୋର୍‌ରୁ ହଟାଇବାକୁ କୁହାଯାଇଛି। ଗତ ଜୁଲାଇ ୨୭ ତାରିଖରେ ସରକାର ଯେଉଁ ୪୭ଟି ଆପ୍‌କୁ ଭାରତରୁ ବ୍ୟାନ୍‌ କରିବାକୁ ଘୋଷଣା କରିଥିଲେ ଏହି ଦୁଇ ଆପ୍‌ ସେହି ତାଲିକାରେ ରହିଛି।

ଆପଣଙ୍କର ମନେ ଥିବ ନିଶ୍ଚୟ ଯେ ଜୁନ୍‌ ୨୯ ତାରିଖରେ ଚୀନ ଉପରେ ହୋଇଥିଲା ପ୍ରଥମ ଡିଜିଟାଲ୍‌ ଷ୍ଟ୍ରାଇକ୍‌। ସେ ସମୟରେ ଭାରତ ସରକାର ଟିକ୍‌ଟକ୍‌ ସମେତ ୫୯ଟି ଚୀନୀ ଆପକୁ‌ ଦେଶରୁ ବ୍ୟାନ୍‌ କରିବାକୁ ଘୋଷଣା କରିଥିଲେ।

ଦ୍ବିତୀୟ ଥର ବ୍ୟାନ ନିଷ୍ପତ୍ତି ସମୟରେ ସରକାର କ୍ଲୋନ୍‌ ଏବଂ କିଛି ଅରିଜିନାଲ୍‌ ଆପ୍‌ର ବିଭିନ୍ନ ଭର୍ସନକୁ ବ୍ୟାନ୍‌ କରିବାକୁ ଘୋଷଣା କରିଥିଲେ। ଦେଶର ସୁରକ୍ଷା ଓ ଗୋପନୀୟତାକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ ଆଣି ସରକାର ଏହି ସବୁ ଆପ୍‌କୁ ଭାରତରୁ ହଟାଇବାର ନିଷ୍ପତ୍ତି ନେଇଥିଲେ।

By amfnews

Related Post