92 Views
ଦେବଗଡ଼ : ବୁଧବାର ରାତି ୧୧: ୪୫ରୁ ୧୨: ୦୦ ମଧ୍ୟରେ ମୃଦୁ ଭୂକମ୍ପନ ଅନୁଭୂତ ହୋଇଥିବା କଥା କୁହାଯାଉଛି। ପାଖାପାଖି ୨ ରୁ ୩ ସେକେଣ୍ଡ୍ ପାଇଁ ଭୂକମ୍ପନ ଅନୁଭବ କରିଥିବା କଥା ଲୋକେ କହୁଛନ୍ତି। ଏଥିରେ କିଛି କ୍ଷୟକ୍ଷତି ହୋଇଥିବାର ଖବର ଆସିନାହିଁ। ଜୁନ୍ ୧୯ ଓ ୨୪ ତାରିଖରେ ମଧ୍ୟ ଦେବଗଡ଼ରେ ଭୂମିକମ୍ପ ହୋଇଥିବା କଥା ଲୋକେ କହୁଥିଲେ। ଗତକାଲିକୁ ମିଶାଇ ଦେବଗଡ଼ରେ ଗୋଟିଏ ସପ୍ତାହ ମଧ୍ୟରେ ତିନି ଥର ଭୂକମ୍ପନ ଅନୁଭୂତ ହେଲାଣି।