ଭୁବନେଶ୍ୱର : ଆଜି ପୁଣି ବିଧାସଭା ଆଗରେ ଆଉ ଏକ ହାଇ ଡ୍ରାମା ଦେଖିବାକୁ ମିଳିଛି । ବିଧାନସଭା ମୁଖ୍ୟ ଫାଟକ ଆଗରେ ନିଜ ଦେହରେ ଡିଜେଲ୍ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ନୟାଗଡର ଏକ ଦମ୍ପତି ।
ସୂଚନା ଅନୁସାରେ ଉକ୍ତ ଦମ୍ପତିଙ୍କ ମାତ୍ର ୫ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହାକୁ ନେଇ ନାବାଳିକାଟିର ବାପା-ମା ଥାନାରେ ଅଭିଯୋଗ କରି ଥାନାକୁ ଦୌଡି ଦୌଡି ନୟାନ୍ତ ହେଲା ପରେ ବି ଆସାମୀର ଟେର ପାଉନି ନୟାଗଡ ପୋଲିସ୍ ।
ରାଜ୍ୟରେ ପ୍ରାୟ ସବୁଦିନ ଗୋଟିଏ ଦୁଇଟି ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସୁଥିବା ବେଳେ ଅନେକ ଘଟଣା କୁ ଚପାଇ ଦିଆଯିବାର ନଜିର ମଧ୍ୟ ରହିଛି । ଆଜି କିନ୍ତୁ ସେମିତି ଏକ ଚପାଇ ଦିଆଯାଇଥିବା ଦୁଷ୍କର୍ମ ହତ୍ୟା ଘଟଣାରେ ନିଜ ଝିଅକୁ ନ୍ୟାୟ ଦେବା ପାଇଁ ବାପା-ମା ରାସ୍ତାରେ ଆତ୍ମହୁତି ଦେବାକୁ ପଛାଇ ନାହାନ୍ତି ।
ଗତ କିଛି ଦିନ ତଳେ ନୟାଗଡର ଏହି ଦମ୍ପତିଙ୍କ ୫ବର୍ଷର ହଠାତ୍ ଘରୁ ନିଖୋଜ୍ ହୋଇ ଯାଇଥିଲା । ଏହାପରେ ଝିଅ ଟିର ମୃତ ଦେହ ରାସ୍ତା କଡରୁ ମିଳିଥିଲା । ଯାହାକୁ ନେଇ ବାପା ମା ପୋଲିସ୍ ର ସହାୟତା ଲୋଡିଥିଲେ । ପରେ ତଦନ୍ତରୁ ଜଣା ପଡିଥିଲା ଯେ ଝିଅ ଟିକୁ ପ୍ରଥମେ ଦୁଷ୍କର୍ମ କରାଯାଇ ପରେ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି ।
ତେବେ ଏହି ଘଟଣାକୁ ବେଶ୍ କିଛି ଦିନ ବିତି ଯାଇଥିଲେ ବି ଏବେବି ପୋଲିସ୍ ର ହାତ ଖାଲି । ଯାହାକୁ ନେଇ ଝିଅଟିର ବାପା-ମା ଉପାୟ ନପାଇ ଝିଅକୁ ନ୍ୟାୟ ଦେବା ପାଇଁ ବିଧାନସଭା ଆଗରେ ଆତ୍ମହୁତି ଦେବା ପାଇଁ ଉଦ୍ୟମ କରୁଥିଲେ ।
ବିଧାନସଭା ଆଗରେ ଗତ କିଛି ଦିନ ତଳେ ଠିକ୍ ଏହି ଭଳି ହାଇ ଡ୍ରାମା ଦେଖିବାକୁ ମିଳିଥିଲା ଯେଉଁଥିରେ ନୟାଗଡର ଏକ ଯୁବକ ନିଜ ମା ବେକରେ ଛୁରୀ ଲଗାଇବା ଘଟଣା ପୁରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ।