ଅଭିଯୋଗ କରିବାର ଏକ ଘଂଟା ପରେ ଶିଶୁଟିର ଶବ ବୁଦାମୂଳରୁ ମିଳିଥିଲା । ଦୁଷ୍କର୍ମ ପରେ ଶିଶୁ କନ୍ୟାଟିକୁ ହତ୍ୟା କରାଯାଇଥିବା ଖବର ମିଳିବାପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା । ଏହି ଘଟଣାରେ ମୃତ ଶିଶୁ କନ୍ୟାର ପରିବାର ପୋଲିସ ଥାନାରେ ଅଭଦ୍ରତା ଓ ପୋଲିସ ଲାଚଂ ମାଗିବାର ଅଭିଯୋଗ ମଧ୍ୟ ଆଣିବା ସହିତ ଥାନା ଭିତରେ ଗଣ୍ଡଗୋଳ କରିଥିଲେ ।
ଏସଏସପି ଘର ଲୋକଙ୍କୁ ଆଶ୍ୱସନା ଦେଇ ଅପହରଣ ରିପୋର୍ଟ ସହ ହତ୍ୟା, ଦୁର୍ଷ୍କମ, ପୋକ୍ସ ଆକ୍ଟର ଧାରା ବଢାଇ କ୍ଷତିପୂରଣ ଦେବ ସହ ଆଶ୍ୱସନା ଦେଇ ଶାନ୍ତ କରାଇଛନ୍ତି । ବିଳମ୍ବତ ରାତିରେ ଶିଶୁଟିର ଅନ୍ତିମ ସଂସ୍କାର କରାଯାଇଛି । ଏସଏସପି କଳାନିଧି କହିଛନ୍ତି କି, ଶିଶୁଟିର ଶବ ଘରଠାରୁ ପ୍ରାୟ ୩୦୦ ମିଟର ଦୂର ବୁଦା ନକଟରୁ ମିଳିଥିଲା । ସନ୍ଦେହ କରାଯାଉଛି କି, କୌଣସୀ ପରିଚିତ ବ୍ୟକ୍ତି ତାଙ୍କ ସହିତ ଏପରି କରିଥାଇ ପାରନ୍ତି ।
ଏହି ଘଟଣାରେ ଶିଶୁଟିର ମା’ ଅଭିଯୋଗ କରିଛନ୍ତି କି, ଥାନାରେ ଅଭିଯୋଗ କରିବାକୁ ଯିବାରୁ ଥାରେ ତାଙ୍କୁ ବାଇକ କାହିଁକି ରାସ୍ତାରେ ରଖାଯାଇଛି ବୋଲି କହି ୧୫୦ ଟଙ୍କା ନେଇଥିଲେ । ଅଭିଯୋଗ ଲେଖାଇବା ପାଇଁ ୩୦ ଟଙ୍କା ମଧ୍ୟ ମାଗିଥିଲେ ।