Sun. Mar 8th, 2026

ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଉଠାଇବାକୁ ଯାଇ ଓଲଟି ପଡ଼ିଲା କ୍ରେନ୍‌

240 Views

ବାଲିଗୁଡ଼ା : କନ୍ଧମାଳ-ଗଞ୍ଜାମ ସୀମାନ୍ତ ୫୯ ନମ୍ବର ଜାତୀୟ ରାଜପଥର ଦାରିଙ୍ଗବାଡ଼ି ସ୍ଥିତ ୯ ନମ୍ବର ଘାଟିରେ ଏକ କ୍ରେନ୍ ରାସ୍ତା ଉପରେ ଓଲଟି ପଡ଼ିଛି। ଫଳରେ ଦାରିଙ୍ଗବାଡ଼ି-ବ୍ରହ୍ମପୁର ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁସାରେ, ୫ ତାରିଖ ଦିନ ଭୁନେଶ୍ୱରର ଏକ ଘରୋଇ କଲେଜର ଛାତ୍ରଛାତ୍ରୀମାନେ ଦାରିଙ୍ଗିବାଡ଼ିକୁ ପିକ୍‌ନିକ୍‌ କରିବାକୁ ଯାଇଥିଲେ। ପିକ୍‌ନିକ୍‌ ସାରି ବସ୍‌ ଯୋଗେ ଫେରୁଥିବା ବେଳେ ଏହି ୯ ନମ୍ବର ଘାଟିରେ ଦୁର୍ଘଟଣାର ଶିକାର ହୋଇଥିଲେ। ବସ୍‌ଟି ଭାରସାମ୍ୟ ହରାଇ ଘାଟି ତଳକୁ ସାମାନ୍ୟ ଖସି ଯାଇଥିଲା। ହେଲେ ସୌଭାଗ୍ୟବଶଃତ ବସ୍‌ଟି ପୂରା ନ ଖସି ଘାଟିରେ ଝୁଲି ରହି ଯାଇଥିଲା। ଫଳରେ ଏକ ବଡ଼ ଦୁର୍ଘଟଣାରୁ ୫୦ରୁ ଅଧିକ ଛାତ୍ରଛାତ୍ରୀ ବର୍ତ୍ତି ଯାଇଥିଲେ। ଏହି ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଉଠାଇ ରାସ୍ତା ଉପରକୁ ଆଣିବାକୁ ଏକ କ୍ରେନ୍‌ ଗତକାଲି ସେଠାକୁ ଯାଇଥିଲା। ତେବେ ବସ୍‌ଟିକୁ ଉଠାଇବା ସମୟରେ କ୍ରେନ୍‌ର ଏକ ତାର ଛିଡ଼ି ଯାଇଥିଲା ଓ ତାହା ରାସ୍ତା ଉପରେ ଓଲଟି ପଡ଼ିଥିଲା। ତେବେ କ୍ରେନ୍‌ ଚାଳକ ଅଳ୍ପକେ ବଞ୍ଚି ଯାଇଥିଲେ। ଏଥିସହ ବସ୍‌ଟି ମଧ୍ୟ ସେଭଳି ଘାଟିରେ ଝୁଲିକି ରହିଛି।

By amfnews

Related Post