Wed. Nov 27th, 2024

ଦୁର୍ଗାପୂଜା ପ୍ରସ୍ତୁତି ବୈଠକ, ଗୋଲଡେନ୍ ଜୁବଲି ପାଳିବ ଏମଭି ୭୯ ପୂଜା କମିଟି: ୫୦ ବର୍ଷ ର ଫୁର୍ତ୍ତି ପାଳିବ

By amfnews Aug 28, 2018 #Featured
157 Views

ମାଲକାନଗିରି: ଆସନ୍ତା ଅକ୍ଟୋବର ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦୁର୍ଗାପୂଜା ।ଆର ବର୍ଷମାନଙ୍କ ପରି ଏ ବର୍ଷ ମଧ୍ୟ ଦୀର୍ଘ ଦିନ ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।ଦୀର୍ଘ ୪୯ବର୍ଷ ପରେ ପୁଣି ଏମଭି-୭୯ଅଞ୍ଚଳ ବାସୀଙ୍କ ପାଇଁ ଆସିବାକୁ ଯାଉଛି ସୁବର୍ଣ୍ଣ ସୁଯୋଗ ଏ ବର୍ଷ ଏମଭି ୭୯ ପୂଜା କମିଟି ପାଳି ବାକୁ ଯାଉଚି ୫୦ ତମ ଦୁର୍ଗା ପୂଜା ଓ ଗୋଲ୍ଡେନ ଜୁବଲି ।ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳମାନଙ୍କର ଐତିହ୍ୟ ଲୋକକଳା,ଲୋକ ସଂସ୍କୃତିକୁ ଗୋଟିଏ ମଞ୍ଚରେ ସାଉଟିବାକୁ ପୁଣିଥରେ ସୁଯୋଗ ମିଳୁଥିବାରୁ ଏହାର ଉପଭୋଗ କରିବାକୁ ଅଞ୍ଚଳବାସୀ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି।ଏମଭି-୭୯ ଅଞ୍ଚଳରେ ୪୯ବର୍ଷ ଧରି ସାର୍ବଜନିନ ଦୁର୍ଗାପୂଜା ଅନୁଷ୍ଠିତ ହୋଇଆସୁଅଛି ।

ପୂଜା କମିଟିର ଅଧକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୂଜା ପରିଚାଳନାକୁ ନେଇ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।ପ୍ରସ୍ତୁତି ବୈଠକରେ ପରିଚାଳନା କମିଟିର ସଭାପତି,ଉପସଭାପତି,ସମ୍ପାଦକ,ଯୁଗ୍ମ ସମ୍ପାଦକ,ସାସ୍କୃତିକ ସମ୍ପାଦକ,କୋଷାଧ୍ୟକ୍ଷ ଆଦି ସର୍ବସମ୍ମତ ମନୋନୀତ ହୋଇଛନ୍ତି।ଚଳିତବର୍ଷ ରାଜ୍ୟ ଏବଂ ରାଜ୍ୟବାହାରୁ ବିଭିନ୍ନ ମେଲେଡି,ନୃତ୍ୟ ଶିଳ୍ପୀ ଦଳ ମଞ୍ଚରେ ସେମାନଙ୍କ କଳା ପ୍ରଦର୍ଶନ କରିବେ।ଅତିଥି ଏବଂ ନୃତ୍ୟ ଦଳ ମାନଙ୍କୁ ନିମନ୍ତ୍ରଣ କୁ ଅଧିକ ଗୁରୁତ୍ବ ଦିଆଯାଇଛି।ଏ ବର୍ଷ ମୂର୍ତ୍ତି ନିର୍ମାଣ ପାଇଁ ଅଭିଙ୍ଗ କାରୀଗର।ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ଏମଭି-୭୯ ଗ୍ରାମର ଯୁବକ ମାନଙ୍କୁ ଅର୍ଥ ଆଦାୟ ଦାୟିତ୍ବ ଦିଆଯାଇ ଅଛି।

ଦୁର୍ଗାପୂଜା କୁ ନେଇ କମିଟି ପକ୍ଷରୁ କୈଣସି ତ୍ରୁଟି ଯେପରି ନ ହୁଏ ସେ ନେଇ ବୈଠକ ରେ ଗୁରୁତ୍ବ ଦିଆଯାଇଥିଲା।ଦୁର୍ଗାପୂଜା ପରି ଏକ ବଡ ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବାରେ ଏମଭି-୭୯ ଅଞ୍ଚଳର ଜନସାଧାରଣଙ୍କୁ ସାହାଯ୍ୟ ସହଯୋଗ କରିବାକୁ ନିବେଦନ କରାଯାଇଛି।ଆଜି ର ଏହି କାର୍ଯ୍ୟକ୍ରମ ରେ ସମ୍ଭୂ ବାକଚି, ସୁରେଶ ମେହେଟା, ବଳାଇ ନାଥ, ସନିଲ ଆଇଚ, ପ୍ରହଲ୍ଲାଦ ଦାସ, ରିକି ବାରିକ, ଅମିୟ ସରକାର, ଦୀପକ ଦତ୍ତ, ସତ୍ୟଜିତ ରାୟ, ଅଜିତ କର,କ୍ରୀଷ୍ଣ ମଣ୍ଡଳ,ବୁକୁ ମଣ୍ଡଲ, ଆଦି ଉପସ୍ଥିତ ଥିଲେ ।ଶେଷରେ ଅୟୋଜିତ ଏହି ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ରେ ସୂରଜ କୁମାର ବେହେରା ସମସ୍ତ ବରିଷ୍ଠ ବ୍ୟକ୍ତି ସମୂହ ଓ ବରିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ଓ କେରଳ ବନ୍ୟା ରେ ମୃତ୍ୟୁ ବରଣ କରିଥିବା ଲୋକ ମାନଙ୍କ ପାଇଁ ନୀରବତା ପାର୍ଥନା ଓ ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ସାହାଯ୍ୟ ସହୋଯାଗ କରିବା ପାଇଁ ଅନୁରୋଧ କରିଥିଲେ।

By amfnews

Related Post