Thu. Nov 7th, 2024
302 Views

ଭୁବନେଶ୍ୱର : ଓଡ଼ିଶା ସରକାର ଖୁବଶୀଘ୍ର ଓମଫେଡ ଦୁଗଧ ଦର ବୃଦ୍ଧି କରିପାରନ୍ତି । ଏ ସଂପର୍କରେ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଥିବା ଘରୋଇ ଦୁଗଧ କମ୍ପାନିମାନେ ଦର ବୃଦ୍ଧିକରିସାରିଥିବାରୁ ଓମଫେଡ ଦୁଗଧ ଦର ମଧ୍ୟ ବୃଦ୍ଧି କରିବାକୁ ସରକାର ବିଚାର କରୁଛନ୍ତି । କିନ୍ତୁ ଉଭୟ ଚାଷୀ ଓ ଖାଉଟିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଦରବୃଦ୍ଧି ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । କିଛିଦିନ ତଳେ ରାଜ୍ୟର କେତେକ ଘରୋଇ ଦୁଗଧ କମ୍ପାନି ଦର ବୃଦ୍ଧି କରିଥିଲେ ।

By amfnews

Related Post