Sun. Jun 8th, 2025

ଦୁଇ ଜଣଙ୍କୁ ମାରିଲା ଦନ୍ତାହାତୀ, ରାସ୍ତା ଅବରୋଧ ଓ ବନ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ପଞ୍ଚାୟତବାସୀ

By amfnews May 18, 2019 #Featured
242 Views

କେନ୍ଦୁଝର : ଶୁକ୍ରବାର ରାତି ଓ ଶନିବାର ସକାଳେ ହାଟଡ଼ିହି ବ୍ଲକ୍‌ ଅନ୍ତର୍ଗତ ଦୁଇଟି ଗାଁ’ରେ ଗୋଟାଏ ଦନ୍ତାହାତୀ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ମାରିପକାଇଛି। ମୃତ ପୁରୁଷଜଣକ ହେଉଛନ୍ତି ନୂଆରଗୁଡ଼ି ଗାଁ’ର ୫୨ ବର୍ଷିୟ ଜଗା ମଲ୍ଲିକ। କାଲି ରାତି ପ୍ରାୟ ୮ଟା ବେଳେ ଜଗା ସ୍କୁଲ୍‌ ନିକଟରେ ଥିବା ତାଙ୍କ ପୁଅକୁ ଖାଇବାକୁ ଡାକିବାକୁ ଯାଇଥିଲେ। ଏହାଛଡ଼ା ହାତୀ ଉପଦ୍ରବ କରୁଛନ୍ତି ବୋଲି ଶୀଘ୍ର ଘରକୁ ପଳାଇ ଆସିବାକୁ ପୁଅକୁ ଚେତାଇ ଦେଇ ସେ ଖଣ୍ଡେ ଟର୍ଚ ଲାଇଟ୍‌ ଧରି ଫେରୁଥିଲେ। ବାଟରେ ଦନ୍ତାହାତୀଟାଏ ଆସି ପହଞ୍ଚି ଯାଇଛି ବୋଲି ତାଙ୍କୁ ଜଣା ନ ଥାଏ। ସେ ଟର୍ଚ ମାରି ଦେବାରୁ ଦନ୍ତାର ମୁହଁ ଉପରେ ଆଲୁଅ ପଡ଼ିଲା। ଏଥିରେ ଦନ୍ତା ଉତ୍‌କ୍ଷିପ୍ତ ହୋଇ ଜଗାଙ୍କୁ ଥୋଡ଼ପାହାଡ଼ରେ ଉଠାଇ କିଛି ଦୂରକୁ ଫିଙ୍ଗି ଦେଲା। ସେଠାରୁ ଜଗା ଗୁରୁଣ୍ଡି ଗୁରୁଣ୍ଡି ଯାଇ ପାଖରେ ଥିବା ଗୋଟାଏ ମନ୍ଦିର ନିକଟରେ ଛପି ଯାଇଥିଲେ।ପଛେ ପଛେ ଆସୁଥିବା ତାଙ୍କ ପୁଅ ଓ ଅନ୍ୟ ଲୋକେ ଜଗାଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନା ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଲା।

ଆଜି ପ୍ରତ୍ୟୁଷରେ ସେଇ ଦନ୍ତାହାତୀ ମାରିଥିବା ମହିଳା ଜଣକ ହେଉଛନ୍ତି କାନପୁର ଗ୍ରାମର ୫୨ ବର୍ଷୀୟ ସଞ୍ଜୁଲତା ରାଉତ। ଆଜି ଭୋର୍‌ ୪: ୩୦ ପରେ ସଞ୍ଜୁଲତା ଆମ୍ବ ଆଣିବାକୁ ଅନ୍ୟ ଗ୍ରାମର ତିନିଜଣ ବ୍ୟକ୍ତିଙ୍କ ସହ ସାଳନ୍ଦୀ ନଦୀ କୂଳରେ ଥିବା ତାଙ୍କ ଆମ୍ବତୋଟା ଆଡ଼କୁ ଯାଉଥିଲେ। ସେମାନଙ୍କ ମଧ୍ୟରେ ହାତୀ ଉପଦ୍ରବ କଥା ଆଲୋଚନା ଚାଲିଥିବାବେଳେ ହଠାତ୍‌ କୁଆଡୁ ସେ ଦନ୍ତାହାତୀ ବାହାରି ଆସି ସଞ୍ଜୁଲତାଙ୍କୁ ଥୋଡ଼ପାହାଡ଼ରେ ଉଠାଇ ନେଇ ଦଳି ପାଦରେ ଦଳି ପକାଇଲା ବେଳେ ଭୟଭୀତ ହୋଇ ଅନ୍ୟମାନେ ସେ ସ୍ଥାନରୁ ଦୌଡ଼ି ପଳାଇଥିଲେ।
ଖବର ପାଇ ପୁଲିସ ଓ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଘଟଣାସ୍ଥଳରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି।

By amfnews

Related Post