Fri. Mar 6th, 2026

ଦୁଇ ଜଣଙ୍କୁ କଚାଡ଼ି ଆହତ କଲା ଦନ୍ତାହାତୀ

354 Views

ପର୍ଜଙ୍ଗ : ବୁଧବାର ସକାଳେ ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମ କେନାଲ୍‌ର ବଡ଼ଝରା ଠାରେ ଗୋଟାଏ ଦନ୍ତାହାତୀ କେନାଲ ମଧ୍ୟକୁ ପଡ଼ିବା ପୂର୍ବରୁ ଜଣକୁ ଏବଂ କେନାଲରୁ ଉଠି ଆସିବା ପରେ ଅନ୍ୟଜଣକୁ କଚାଡ଼ି ଆହତ କରିଛି।

ସକାଳ ପ୍ରାୟ ୭:୩୦ ସେ ଦନ୍ତାହାତୀଟି ବିଲରେ କାମ କରୁଥିବା ଚାନ୍ଦପୁର ଗାଁର ମଧ୍ୟ ବୟସ୍କ ପଞ୍ଚାନନ ସାହୁଙ୍କୁ କଚାଡ଼ି ଦେଇ ପଳାଇ ଯାଉଥିବା ବେଳେ କେନାଲ୍‌ ମଧ୍ୟକୁ ଖସିପଡ଼ିଥିଲା।

ପ୍ରାୟ ଘଣ୍ଟାଏ କାଳ ଉଦ୍ୟମ କରିବା ପରେ ଆପଣାଛାଏଁ ସେ ଦନ୍ତାହାତୀ କେନାଲ୍‌ରୁ ଉଠି ଆସିବାକୁ ସମର୍ଥ ହୋଇଥିଲା। ଖବର ପାଇ ବନ ବିଭାଗ ଲୋକେ ମଧ୍ୟ ସେ ଦନ୍ତାହାତୀକୁ ଉଦ୍ଧାର କରିବାକୁ ସେଠାରେ ପହଞ୍ଚି ଥିଲେ, କିନ୍ତୁ ସେମାନଙ୍କ ବିନା ସହଯୋଗରେ ହାତୀ କେନାଲରୁ ବାହାରି ଆସିଥିଲା।

କେନାଲରୁ ବାହାରି ଯାଇ ସେ ଦନ୍ତାହାତୀ ପାଖ ବାରିହାପୁର ଗାଁର ଜଙ୍ଗଲିଆ ବିଲରେ କାମ କରୁଥିବା ମନ୍ତ୍ରୀ ରାଉଳ ନାମକ ଅନ୍ୟ ଜଣେ କୃଷକଙ୍କୁ କଚାଡ଼ି ଆହତ କରିଥିଲା। ଅନୁସରଣ କରୁଥିବା ବନବିଭାଗ କର୍ମଚାରୀମାନେ ହାତୀକୁ ଘଉଡ଼ାଇ ବାରବାଙ୍କୀ ଜଙ୍ଗଲକୁ ନେଇ ଯାଇଛନ୍ତି।

Panchanan Sahu

ଚିକିତ୍ସା ନିମନ୍ତେ ଅଣ୍ଟାରେ ଆଘାତ ପାଇଥିବା ପଞ୍ଚାନନ ସାହୁଙ୍କୁ ପର୍ଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅତି ସାଙ୍ଘାତିକ ଆହତ ହୋଇଥିବା ମନ୍ତ୍ରୀ ରାଉଳଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

By amfnews

Related Post