Fri. Dec 27th, 2024

ଦୁଇ କୁଖ୍ୟାତ ଚୋର ଧରାପଡ଼ିଲେ:୪ଟି ଏଲ୍ସିଡି, ନଗଦ ଟଙ୍କା, ମୋବାଇଲ ଓ ସୁନା ଅଳଙ୍କାର ଜବତ

By amfnews Oct 17, 2018 #Featured
114 Views

ରାଉରକେଲା, ୧୭ା୧୦ : ସେକ୍ଟର-୩ ପୁଲିସ ୨ ଜଣ କୁଖ୍ୟାତ ଚୋରଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ୭ ହଜାର ୫୦୦ ଟଙ୍କା, ୪ଟି ଏଲ୍ସିଡି, ଗୋଟିଏ ଦାମୀ ମୋବାଇଲ ସମେତ ସୁନା ଅଳଙ୍କାରମାନ ଜବତ କରିଛି । ଉଭୟ ଚୋରଙ୍କ ବିରୋଧରେ ସେକ୍ଟର-୧୯, ସେକ୍ଟର-୧୫ ଓ ସେକ୍ଟର-୩ ଥାନାରେ ୫ଟି ଚୋରି ମାମଲା ରହିଥିବା ଥାନା ଅଧିକାରୀ ରଶ୍ମିତା ପଟେଲ ସୂଚନା ଦେଇଛନ୍ତି । ଶାନ୍ତିଲତା ଦାସ ନାମ୍ନୀ ଜଣେ ମହିଳା ସେକ୍ଟର-୪ରେ ରହୁଛନ୍ତି । ଗତ ସେପ୍ଟେମ୍ବର ୮ ତାରିଖରେ ତାଙ୍କ ସ୍ୱାମୀ ଓ ପୁଅ ବାହାରକୁ ଯାଇଥିଲେ ।

ଶ୍ରୀମତୀ ଦାସ ଘରେ ଏକାକୀ ଥିଲେ । ରାତି ପ୍ରାୟ ୩ଟା ବେଳେ ଦୁଇ ଜଣ ଦୁବୃର୍ତ୍ତ ତାଙ୍କ ଘରେ ପଶି ସାମସଙ୍ଗ କମ୍ପାନୀର ଜେ-୭ ବ୍ରାଣ୍ଡର ଏକ ମୋବାଇଲ ଚୋରି କରି ନେଇଥିଲେ । ଏ ସମ୍ପର୍କରେ ଶ୍ରୀମତୀ ଦାସ ସେପ୍ଟେମ୍ବର ମାସ ୧୦ ତାରିଖରେ ସେକ୍ଟର-୩ ଥାନାରେ ଏତଲା ଦାୟର କରିଥିଲେ । ପୁଲିସ ଶ୍ରୀମତୀ ଦାସଙ୍କ ଏତଲାକୁ ଆଧାର କରି ଏକ ମାମଲା ରୁଜୁ ସହ ଘଟଣାର ତଦନ୍ତ କରୁଥିଲା । ସେକ୍ଟର-୫ ଅନ୍ତର୍ଗତ ଗୋଲଘର ଅଞ୍ଚଳରେ ରହୁଥିବା ଝାଡ଼ଖଣ୍ଡ ସିଂହଭୂମ ଜିଲା ବାହାଗୁଡ଼ା ଥାନା ଅନ୍ତର୍ଗତ ମୌଦା ଗାଁର ନିର୍ମଳ ଘୋଷ (୧୯), ରାଉରକେଲା କ୍ଲବ ଷ୍ଟାଫ୍ କ୍ୱାର୍ଟରରେ ରହୁଥିବା ସେହି ସିଂହଭୂମ ଜିଲା ଷଢ଼େଇକଳା ଥାନା ଅନ୍ତର୍ଗତ ନାରଦୀ ଗାଁର ରାଜୁ ମୁଖୀ (୨୭) ଚୋରି ଘଟଣାରେ ସଂପୃକ୍ତ ଥିବା ପୁଲିସକୁ ସୂଚନା ମିଳିଥିଲା ।

ତେଣୁ ପୁଲିସ ଦୁହିଁଙ୍କୁ ଥାନାକୁ ଧରି ନେଇ ଜେରା ପରେ ସେମାନେ ଚୋରି ଘଟଣାରେ ସଂପୃକ୍ତ ଥିବା ମାନିଥିଲେ । କେବଳ ସେକ୍ଟର-୩ ନୁହେଁ ସେମାନେ ସେକ୍ଟର-୧୯ ଥାନା ଅଞ୍ଚଳରୁ ୨ଟି ଚୋରି ଘଟଣା (ମାମଲା ନଂ.୬୬, ତା:୨୩/୦୭/୨୦୧୮ ଓ ମାମଲା ନଂ.୬୭, ତା: ୨୭/୦୭/୨୦୧୮)ରେ ସଂପୃକ୍ତ ଥିବା ପୁଲିସ ତଦନ୍ତ ବେଳେ ଜାଣିପାରିଥିଲା । ସେମାନଙ୍କ ଠାରୁ ପୁଲିସ ଶ୍ରୀମତୀ ଦାସଙ୍କ ଘରୁୁ ଚୋରି ହୋଇଥିବା ସାମସଙ୍ଗ କମ୍ପାନୀର ଏକ ଜେ-୭ ମୋବାଇଲ, ସେକ୍ଟର-୧୯ରୁ ଚୋରି ହୋଇଥିବା ୪ଟି ଏଲ୍ସିଡି, ନଗଦ ୭ ହଜାର ୫୦୦ ଟଙ୍କା ଓ କିଛି ସୁନା ଅଳଙ୍କାର ପୁଲିସ ଜବତ କରିଛି ।

ରାଜୁ ଓ ନିର୍ମଳ ବିରୋଧରେ ସେକ୍ଟର-୧୫ ଥାନାରେ ମଧ୍ୟ ୨ଟି ମାମଲା ରୁଜୁ ହୋଇଛି । ସେକ୍ଟର-୧୫ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରୁ ଜାମିନରେ ଆସିବା ପରେ ପୁଣି ସେମାନେ ଚୋରି କରିବାରେ ଲିପ୍ତ ଅଛନ୍ତି । ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି । କୋର୍ଟରେ ସେମାନଙ୍କ ଜାମିନ ଖାରଜ ହୋଇଯାଇଛି ।

By amfnews

Related Post