Sat. Jan 4th, 2025

ଦୀର୍ଘ ଦିନର ବିବାଦ ପରେ ଭାରତକୁ ଡାକିଲା ନେପାଳ, ବିକାଶ ନେଇ ଆଜି ହେବ ଆଲୋଚନା

By amfnews Aug 17, 2020 #Featured
147 Views

ନୂଆଦିଲ୍ଲୀ, ଅଗଷ୍ଟ ୧୭ : ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରିବା ପରେ ଭାରତ ଏବେ କଥାବାର୍ତ୍ତା ଆରମ୍ଭ କରିବାକୁ ଯାଉଛି । କାଠମାଣ୍ଡୁରେ ଆଜି ହେବାକୁ ଥିବା ବୈଠକରେ ନେପାଳରେ ଚାଲିଥିବା ବିକାଶ ମୂଳକ କାମ ଉପରେ ଆଲୋଚନା ହେବ । କିନ୍ତୁ କୁହାଯାଉଛି ଯେ, ଏହି ବୈଠକରେ ଉଭୟ ଦେଶର କୁଟନୈତିକ ଆଲୋଚନାର ରାସ୍ତା ଖୋଲିପାରେ ।

ସୂଚନାଯୋଗ୍ୟ, ଭାରତରେ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଏବଂ ଲିମ୍ପ୍ୟୁଧାରାକୁ ନିଜର ନକ୍ସାରେ ଦର୍ଶାଇବା ପରେ ନେପାଳ ଏବଂ ଭାରତ ମଧ୍ୟରେ ସୀମା ବିବାଦ ଆରମ୍ଭ ହୋଇଥିଲା । ନେପାଳର କମ୍ୟୁନିଟିଷ୍ଟ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନିଜ ଦେଶରେ ବ୍ୟାପିଥିବା କରୋନାକୁ ଭାରତ ଆଣିଛି ବୋଲି ଦର୍ଶାଇଥିଲେ । ସେ କହିଥିଲେ ପ୍ରକୃତ ଅଯୋଧ୍ୟା ନେପାଳରେ ଅଛି । ଭାରତ ନକଲି ଅଯୋଧ୍ୟା ନିର୍ମାଣ କରି ସାଂସ୍କୃତିକ ଜବରଦଖଲ କରୁଛି । ନୋପାଳ ବିଦେଶ ମନ୍ତ୍ରୀ ପ୍ରଦୀପ ଜ୍ଞାବଲୀ ଭାରତ ବିରୋଧରେ କଡ଼ା ବୟାନ ଦେଇଥିଲେ । କିନ୍ତୁ ଭାରତ ଏହାର ଜବାବ ଦେଇଥିଲା ।

ଅଗଷ୍ଟ ୧୫ରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ । ଏଥି ସହିତ ସେ ସୁରକ୍ଷା ପରିଷଦରେ ଅସ୍ଥାୟୀ ସଦସ୍ୟ ହେବା ନେଇ ମଧ୍ୟ ଶୁଭକାମନା ଜଣାଇଥିଲେ । ଉଭୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପାଖାପାଖି ୧୦ ମିନିଟ ଆଲୋଚନା ହୋଇଥିଲା ।

By amfnews

Related Post