179 Views
ବେଙ୍ଗଳୁରୁ, ଜାନୁଆରୀ 27 : ୨୦୧୭ ଫେବ୍ରୁଆରୀରେ ୬୬ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଦୀର୍ଘ ଚାରିବର୍ଷ ଧରି ଜେଲ୍ରେ ଥିବା ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା ଆଜି ଜେଲରୁ ମୁକୁଳିବେ । ଜେଲ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର କାର୍ଯ୍ୟ ସରିବା ପରେ ଶଶିକଳାଙ୍କୁ ହସ୍ପିଟାଲରେ ହିଁ ମୁକ୍ତ କରାଯିବ । କାରଣ ଜାନୁଆରୀ ୨୦ ତାରିଖରେ ଶଶିକଳା କୋଭିଡ୍ ସଂକ୍ରମିତ ଜଣାପଡ଼ିବା ପରେ ସେ ଆଇସିୟୁରେ ଅଛନ୍ତି କିନ୍ତୁ ସେ ଏବେ ସୁସ୍ଥ ଥିବା ଡ଼ାକ୍ତରଙ୍କ ପକ୍ଷରୁ କୁହାଯାଇଛି ।