ଅଯୋଧ୍ୟା, ନଭେମ୍ବର ୧୩ : ଦୀପୋତ୍ସବ ଅବସରରେ ଭଗବାନ ରାମଙ୍କ ନଗରୀରେ ଅନେକ ଶତାବ୍ଦୀ ପରେ ତ୍ରେତୟା ଯୁଭ ଭଳି ଭବ୍ୟ ଓ ଉଲ୍ଲାସ ଜୀବିତ ହୋଇଥିବା ଦେଖାଯାଇଛି । ଅଯୋଧ୍ୟାରେ ଶହ ଶହ ବର୍ଷର ଅପେକ୍ଷା ପରେ ଭବ୍ୟ ରାମ ମନ୍ଦିର ନିର୍ମାଣ ସଂସ୍ଥା ପକ୍ଷରୁ ୩ ଦିବସୀୟ ଦିବ୍ୟ ଦୀପୋତ୍ସବ ପାଳନ କରାଯାଉଛି । ଏଥର ରାମଙ୍କ ନଗରୀ ଅଯୋଧ୍ୟାରେ ବିଶ୍ୱ କିର୍ତ୍ତିମାନ ମଧ୍ୟ ସ୍ଥାପନ କରାଯିବ ।
ଶ୍ରୀରାମଙ୍କ ରାଜ୍ୟ ଅଭିଷେକ ଲାଗି ଅଯୋଧ୍ୟା ନଗରୀକୁ କନ୍ୟା ଭଳି ସଜାଯାଇଛି । ରାମ ନଗରୀର ମଠ, ମନ୍ଦିର ଓ ସଡ଼କକୁ ରଂଗୋଲୀ କରାଯାଇଛି ଓ ଲାଇଟରେ ସଜାଯାଇଛି । କାରଣ ଭଗବାନ ଶ୍ରୀରାମଙ୍କ ମନ୍ଦିର ମଧ୍ୟ ନିର୍ମାଣ ଆରମ୍ଭ ହୋଇଯାଇଛି । ବିଗତ ୩ ବର୍ଷ ତୁଳନାରେ ଚଳିତ ବର୍ଷର ଦୀପୋତ୍ସବ ସ୍ୱତନ୍ତ୍ର । କାରଣ ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଯାଇଛି । ଅଯୋଧ୍ୟା ନଗର ନିଗମ ଏଥର ସରଯୁ ନଦୀ କୂଳରେ ଥିବା ଘାଟ ସହିତ ମଠ ଓ ମନ୍ଦିରକୁ ମଧ୍ୟ ସଜାଇଛି ।
ଏଥର ଦୀପୋତ୍ସବରେ ବିଶ୍ୱ କୀର୍ତ୍ତିମାନ ହେବ । ରାମ କି ପୈଡି ସମେତ ସରଯୁ କୂଳରେ ଥିବା ୨୪ଟି ଘାଟରେ ୫ ଲକ୍ଷ ୫୧ ହଜାର ଦୀପ ଜଳି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ କରାଯିବାର ଲକ୍ଷ୍ୟ ରଖାଯାଇଛି । ରାମ କଥା ପାର୍କ ଠାରୁ ଆରମ୍ଭ କରି ରାମ କି ପୈଡି ପର୍ଯ୍ୟନ୍ତ ସଜାଯାଇଛି । ଗତ ୧୧ ତାରିଖରେ ଏଥିପାଇଁ ରିହରସେଲ କରାଯାଇଛି ।
ଏହି କ୍ରମରେ ଆଜି ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହେବେ । ଦୀପୋତ୍ସବ କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରଯୁ ନଦୀକୂଳରେ ଆରତୀ କରିବେ । ପୁଣି ରାମ କି ପୈଡି ପହଂଚି ଦୀପ ଜଳାଇବେ । ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭର୍ଚ୍ୟୁଆଲ ଆତଶବାଜୀ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ।