Fri. Mar 6th, 2026

ଦୀପିକାଙ୍କୁ ପ୍ରଶଂସାରେ ପୋତିଲେ ରଣବୀର; ଉଭୟ ସାଥୀ ହୋଇ ନାଚି କରି ଭରିଲେ ଅତିଥିଙ୍କ ମନ

524 Views

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବା ସହ ଅତିଥିମାନଙ୍କୁ ଭୋଜି ବି ଦେଇ ସାରିଲେଣି ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ରଣବୀର ସିଂହ ଓ ଦୀପିକା ପାଦୁକୋନ। ଶନିବାର ମୁମ୍ବାଇରେ ଅତିଥିମାନଙ୍କୁ ବିବାହ ଭୋଜି ଦେବା ଅବସରରେ ଅଭିନେତା ରଣବୀର କହିଛନ୍ତି କି ‘ଲେଡିଜ୍‌ ଆଣ୍ଡ୍‌ ଜେଣ୍ଟେଲ୍‌ମ୍ୟାନ୍‌, ମୁଁ ବିଶ୍ୱର ସବୁଠାରୁ ସୁନ୍ଦର ଝିଅକୁ ବିବାହ କରିଛି’ ବୋଲି ରଣବୀର କହିଛନ୍ତି। ଏହା ସହ ସେ ଦୀପିକା ପିନ୍ଧିଥିବା ପୋଷାକର ପ୍ରଶଂସା କରି ତାଙ୍କୁ ନିଜର ପୁଷି କ୍ୟାଟ୍‌ ବୋଲି ସାମ୍ବାଧନ କରିଛନ୍ତି। ଉପସ୍ଥିତ ଅତିଥିଙ୍କୁ ରଣବୀର ଧନ୍ୟବାଦ୍‌ ଜଣାଇବା ସହ ସେମାନଙ୍କ ପାଇଁ ତାଙ୍କ ଉତ୍ସବ ରାତି ଆହୁରି ସୁନ୍ଦର ହୋଇପାରିଛି ବୋଲି ଜଣାଇଛନ୍ତି।

ଖାଲି ସେତିକି ନୁହେଁ ରଣବୀର ଓ ଦୀପିକା ତାଙ୍କ ଭୋଜିରେ ଏକତ୍ର ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି। ତେବେ ଉତ୍ସବରେ ରଣବୀର ସ୍ୱତନ୍ତ୍ର ଧରଣର ଖୁସି ଥିବାର ନଜର ଆସିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବର ୧୪-୧୫ ତାରିଖରେ ଇଟାଲିଠାରେ ରଣବୀର-ଦୀପିକା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

By amfnews

Related Post