ଆଜୀବନ ତ୍ୟାଗମନ୍ତ୍ରରେ ଦୀକ୍ଷିତ ଏହି ତପସ୍ୱୀ ସାଧକ ଦୀନଦରିଦ୍ରଙ୍କର ବନ୍ଧୁ ଭାବରେ ଜଣାଶୁଣା । ସେଥିପାଇଁ ତାଙ୍କୁ ‘ଦୀନବନ୍ଧୁ ଗୋପବନ୍ଧୁ’ ଭାବରେ ବେଶ ଜଣାଶୁଣା ଥିଲେ । ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ସେଠାରେ ତାଙ୍କର ଗୁରୁ ମୁକ୍ତିଆର ରାମଚନ୍ଦ୍ର ଦାସଙ୍କ ସହିତ ପରିଚୟ ହେଲା, ଯାହଙ୍କ ଠାରୁ ପରେ ସେ ଦେଶ ସେବାର ଶିକ୍ଷା ପାଇଲେ । ଗୋପବନ୍ଧୁଙ୍କଦ୍ୱାରା ହିଁ ପୁରୀରେ ସେତେବେଳେ, ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରାଯାଇଥିଲା । ପୁରୀ ସେବା ସମିତି ଗଠନ କରି ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମ କରିଥିଲେ । ସେ ୧୯୦୯ ମସିହାରେ ସାକ୍ଷୀଗୋପାଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ସାରସ୍ୱତ ରଚନା ମଧ୍ୟରୁ ‘ ବନ୍ଦୀର ଆତ୍ମକଥା ’, ‘କାରା କବିତା ’ , ‘ଧର୍ମପଦ ’, ‘ନଚିକେତା ଉପାଖ୍ୟାନ ’, ‘ଗୋ- ମାହାତ୍ମ୍ୟ’, ‘ଅବକାଶ ଚିନ୍ତା ’ଥିଲା ଅନ୍ୟତମ । ବୈଜ୍ଞାନିକ ଆଚାର୍ୟ୍ ପ୍ରଫୁଲ୍ଲ ଚନ୍ଦ୍ର ରାୟ ଗୋପବନ୍ଧୁଙ୍କୁ ‘ଉତ୍କଳ ମଣି’ ଉପାଧୀ ପ୍ରଦାନ କରିଥିଲେ ।
520 Views
ଭୁବନେଶ୍ୱର, ଅକ୍ଟୋବର ୯: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଦିବସ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମରେ ୧୮୭୭ ମସିହା ଅକ୍ଟୋବର ୯ ରେ ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ ଜନ୍ମଗ୍ରହଣ କରିଥିଲେ । ସେ ଏକାଧାରରେ ଜଣେ ସମାଜସେବୀ ସହ ଦେଶପ୍ରେମୀ, ସଂଗଠକ, ସଂସ୍କାରକ, ସାହିତ୍ୟିକ ଓ ବାଗ୍ମୀ ଥିଲେ । ଦିନଦରିଦ୍ରଙ୍କ ସେବାରେ ଜୀବନକୁ ଉତ୍ସର୍ଗ କରିଥିବା ଗୋପବନ୍ଧୁ ସାରା ଓଡିଶାର ତ୍ରାଣକର୍ତା ପାଲଟିଥିଲେ ।