Fri. Nov 8th, 2024

ଦିଲ୍ଲୀ ହିଂସା: ଷଡ଼ଯନ୍ତ୍ର ଘଟଣାର ତଦନ୍ତ ଜାରି, ୧୭ ସୁଦ୍ଧା ହେବ ଚାର୍ଜସିଟ ଦାଖଲ

By amfnews Sep 15, 2020 #Featured
128 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୫ : ଉତ୍ତର ପୂର୍ବ ଦିଲ୍ଲୀରେ ଗତ ଫେବୃୟାରୀରେ ହୋଇଥିବା ହିଂସାର ଷଡ଼ଯନ୍ତ୍ର ସଂପର୍କିତ ତଦନ୍ତ ଏକ ପ୍ରକାର ପୂରା ହୋଇଛି । ଦିଲ୍ଲୀ ପୋଲିସ ଏବେ ଏହି ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ ଦାଖଲ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆସନ୍ତା ୧୭ ସୁଦ୍ଧା କୋର୍ଟରେ ଚାର୍ଜସିଟ ଦାଖଲ ହୋଇପାରେ । ଦିଲ୍ଲୀ ପୋଲିସ କମିଶନର ଏସ.ଏନ ଶ୍ରୀବାସ୍ତବ ଏହି ସୂଚନା ଦେଇଛନ୍ତି ।

ଶ୍ରୀ ବାସ୍ତବ କହିଛନ୍ତି, ଦିଲ୍ଲୀରେ ହୋଇଥିବା ହିଂସାର ଷଡ଼ଯନ୍ତ୍ରର ତଦନ୍ତ ପୂରା ହେବାର ନିକଟତର ହୋଇଛି । ଏହି କ୍ରମରେ ଗୁରୁବାର ଯାଏଁ ଚାର୍ଜସିଟ ଦାଖଲ କରାଯିବ । ପୋଲିସ ଆୟୁକ୍ତ (ସ୍ୱତନ୍ତ୍ର ଶାଖା) ପ୍ରମୋଦ ସିଂହ କୁଶୱାହା ମଧ୍ୟ କହିଛନ୍ତି ଯେ, ସୁନିୟୋଜିତ ଷଡ଼ଯନ୍ତ୍ର’ର ଫଳାଫଳ ଥିଲା । କାରଣ ତଦନ୍ତ ସମୟରେ ପୋଲିସକୁ ସିଏଏ-ବିରୋଧୀମାନେ ଯୋଜନା କରିଥିଲେ ଯେ, ସଡ଼କରେ ଭୀଡ଼ ଲଗାନ୍ତୁ ।

ସୂଚନାଯୋଗ୍ୟ, ସଂଶୋଧିତ ନାଗରିକତା ଆଇନ (ସିଏଏ)ର ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ଗତ ଫେବୃୟାରୀ ୨୪ରେ ଉତ୍ତର-ପୂର୍ବ ଦିଲ୍ଲୀରେ ସାଂପ୍ରଦାୟିକ ହିଂସା ଉପୁଜିଥିଲା । ଏଥିରେ ଅତିକମରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ ଜଣ ଆହତ ହୋଇଥିଲେ । ଏହି ହିଂସା ଘଟଣା ସହିତ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରୁଛି । ତେବେ ଦିଲ୍ଲୀ ପୋଲିସ ରବିବାର ବିଳମ୍ବିତ ରାତି ଜବାହର ଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ଗିରଫ କରିଛି । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ ଖଲିଦକୁ ଦୀର୍ଘ ୧୧ ଘଣ୍ଟା ଯାଏଁ ପଚରାଉଚରା କରିବା ପରେ ଗିରଫ କରିଛି ।

By amfnews

Related Post