Wed. Dec 25th, 2024

ଦିଲ୍ଲୀ ହିଂସା ଘଟଣା ପୂର୍ବରୁ ଚାନ୍ଦ ବାଗଠାରେ ଫେବୃୟାରୀ ୧୬ରେ ହୋଇଥିଲା ଗୁପ୍ତ ବୈଠକ!

By amfnews Sep 22, 2020 #Featured
131 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୨ : ଦିଲ୍ଲୀ ହିଂସାକାଣ୍ଡର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ କୋର୍ଟରେ ଚାର୍ଜସିଟ ଦାଖଲ କରିଛି । ଏଥିରେ କୁହାଯାଇଛି ଯେ, ହିଂସାକାଣ୍ଡ ପୂର୍ବରୁ ଗୁପ୍ତ ବୈଠକ ବସିଥିଲା । ଏଥି ପାଇଁ ବିସ୍ତୃତ ଯୋଜନା ହୋଇଥିଲା । ହିଂସାକାଣ୍ଡ ଲାଗି ଲୋକଙ୍କୁ ଏକାଠି କରିବା, ସେମାନେ ରହିବା ଓ ଖାଇବା ବ୍ୟବସ୍ଥା ଏବଂ ଅନ୍ୟଉପରେ ଦୋଷ ଦେବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା ।

ଦିଲ୍ଲୀର ଚାନ୍ଦବାଗ ଅଂଚଳରେ ଗତ ଫେବୃୟାରୀ ୧୬-୧୭ ରାତିରେ ଏହି ଗୁପ୍ତ ବୈଠକ ହୋଇଥିଲା । ଏହି ବୈଠକରେ ଷଡ଼ଯନ୍ତ୍ରକାରୀ ନିଷ୍ପତ୍ତି ନେଇଥିଲେ ଯେ, ପ୍ରଦର୍ଶନ ପୂରା ଦିଲ୍ଲୀରେ ଆୟୋଜନ କରିବେ । ଉତ୍ତର ପୂର୍ବ, ଶାହଦରା ଦକ୍ଷିଣ ଜିଲ୍ଲା, ଚାନ୍ଦ ବାଗ, ଜଫରାବାଦ ଅଂଚଳକୁ ପ୍ରଦର୍ଶନର ହଟସ୍ପର୍ଟ ଭାବେ ଚିହ୍ନଟ କରାଯାଇଥିଲା ।

ଫେବୃୟାରୀ ୨୨ ତାରିଖ ରାତି ୮ଟା ୩୦ରେ ଜାହ୍ନବୀ ମିତ୍ତଲ ତରବେଜଙ୍କ ପତ୍ନୀ କୁସୁମ ତରବେଜଙ୍କୁ ଫୋନ କରିଥିଲେ । ଏହା ପରେ ରାହୁଲ ରାୟଙ୍କୁ ୩ ଥର ଫୋନ କରିଥିଲେ । ସେହି ସମୟରେ ରାହୁଲ ଗୁରୁଗ୍ରାମ ଆପାର୍ଟମେଣ୍ଟରେ ଥିଲେ । ଉଭୟଙ୍କ ମଧ୍ୟରେ ୨୦ ମିନିଟ କଥା ହେବା ପରେ ହିଂସା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା ।

୨୩ ତାରିଖ ୮ଟା ୪୧ ମିନିଟରେ ତରବେଜ ଜାହ୍ନବୀ ମିତ୍ତଲଙ୍କୁ କଲ କରିଥିଲେ ଏବଂ ତାଙ୍କ ପାଖରେ ଥିବା ମାନବ କ୍ଷମତାର ତାଲିକା ଦେଇଥିଲେ । ଜାହ୍ନବୀ ତରବେଜଙ୍କୁ କହିଥିଲେ ଶାହୀନ ବାଗ ପ୍ରଦର୍ଶନ ସ୍ଥଳକରାଯିବ । ଏହା ପରେ ତରବେଜ ଜାହାଙ୍ଗୀରପୁରୀ ଠାରୁ ୩୦୦ ମହିଳା ପ୍ରଦର୍ଶନକାରୀଙ୍କୁ ନେଇ ଶାହୀନବାଗ ଯାଇଥିଲେ । ସୂଚନାଯୋଗ୍ୟ, ଦିଲ୍ଲୀ ହିଂସା ଘଟଣାରେ ୫୩ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

By amfnews

Related Post