Sat. Jan 25th, 2025

ଦିଲ୍ଲୀ ହିଂସା: ଉମର ଖାଲିଦଙ୍କ ବିରୋଧରେ ଚାର୍ଜସିଟ ଗଣମାଧ୍ୟମରେ ହୋଇଥିଲା ଲିକ? ପୁଲିସକୁ ଜବାବ ମାଗିଲେ କୋର୍ଟ

By amfnews Jan 8, 2021 #Featured
172 Views

ନୂଆଦିଲ୍ଲୀ, ଜାନୁଆରୀ ୦୮ : କଡ଼କଡ଼ଡୁମା କୋର୍ଟ ଦିଲ୍ଲୀ ପୋଲିସକୁ ପ୍ରଶ୍ନ କରିଛନ୍ତି ଯେ, ନର୍ଥ ଇଷ୍ଟ ଦିଲ୍ଲୀରେ ହୋଇଥିବା ହିଂସା ସହିତ ଏକ ମାମଲାରେ ଜେଏନୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦଙ୍କ ବିରୋଧରେ ଆବେଦନ ସପ୍ଲିମେଣ୍ଟାରି ଚାର୍ଜସିଟର କପି ଅଭିଯୁକ୍ତ ଅଥବା ତା’ର ଓକିଳଙ୍କୁ ମିଳିବା ପୂର୍ବରୁ କଥିତ ଭାବେ ଗଣମାଧ୍ୟମରେ ଲିକ ହୋଇଥିଲା । 

ଚିଫ ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟ ଦିନେଶ କୁମାର ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଜାନୁଆରୀ ୧୪ ପର୍ଯ୍ୟନ୍ତ କାରଣ ଦର୍ଶାନ୍ତୁ ଯେ, ଅଦାଲର ଚାର୍ଜସିଟ ଉପରେ ଗୁରୁତ୍ୱ ଦେଇ ପ୍ରଥମେ କେଉଁ ଆଧାରରେ ଗଣମାଧ୍ୟମରେ ଲିକ ହୋଇଥିଲା । ଖାଲିଦଙ୍କ ଆବେଦନରେ କୁହାଯାଇଛି ଯେ, ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଲଗାଯାଇଥିବା ଅଭିଯୋଗ ଓ ମିଡିଆରେ ଏହାର ଖୁଲାସା କଥିତ ଭାବେ ଭୁଲ, ଦୁର୍ଭାବନାପୂର୍ଣ୍ଣ ଓ ନିଷ୍ପକ୍ଷ ଶୁଣାଣିର ତାଙ୍କର ଅଧିକାର ଉପରେ ବୁଝାମଣା କରିବାର ଥିଲା । 

ଏହା ପୂର୍ବରୁ ସେ ଅଭିଯୋଗ ଆଣିଥିଲେ ଯେ, ଗଣମାଧ୍ୟମ ତାଙ୍କର ବିରୋଧରେ ଦୁର୍ଭାବନାପୂର୍ଣ୍ଣ ଅଭିଯାନ ଚଳାଉଛି ଏବଂ ଅଦାଲତଙ୍କ ଠାରୁ ପୋଲିସକୁ ଏହି ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି ଯେ, ତାଙ୍କୁ ଅଥବା ତାଙ୍କର ଓକିଲଙ୍କୁ ଚାର୍ଜସିଟ ମିଳିବା ପୂର୍ବରୁ ଏହା ମିଡିଆକୁ କେମିତି ମିଳିଲା । ଶୁଣାଣି ସମୟରେ ଖାଲିଦ କହିଛନ୍ତି ଯେ, ଯେଭଳି ମୁଁ ପୂର୍ବରୁ କହିଥିଲି, ମୋତେ ଚାର୍ଜସିଟ ଦେବା ପୂର୍ବରୁ ଏହା ସାର୍ବଜନିକ ହୋଇଥିଲା ଏବଂ ମିଡିଆ ଏହାରି ଆଧାରରେ ଖବର ପ୍ରସ୍ତୁତ କରୁଥିଲା । 

ଆନ୍ଦୋଳନରତ ଚାଷୀ ସଂଗଠନର ପ୍ରତିନିଧିଙ୍କ ସହିତ ଆଲୋଚନା କରିବାକୁ ସରକାରଙ୍କ ପକ୍ଷରୁ ଖାଦ୍ୟମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବାଣିଜ୍ୟ ରାଜ୍ୟ ମନ୍ତ୍ରୀ ସୋମ ପ୍ରକାଶଙ୍କ ସହିତ ନେତୃତ୍ୱ କରୁଥିବା ତୋମାର କହିଛନ୍ତି ଯେ, ଏବେ କହି ହେବ ନାହିଁ ଯେ, ଜାନୁଆରୀ ୮ ତାରିଖରେ ବିଜ୍ଞାନ ଭବନରେ ଅପରାହ୍ନ ୨ଟାରେ ୪୦ ପ୍ରଦର୍ଶନକାରୀ ଚାଷୀ ସଂଗଠନଙ୍କ ନେତାଙ୍କ ସହିତ ହେବାକୁ ଥିବା ବୈଠକରେ ଫଳ କ’ଣ ବାହାରିବ । 

ଆଜି ସରକାରଙ୍କ ସହିତ ଆଲୋଚନା ପୂର୍ବରୁ ଗତକାଲି ଚାଷୀମାନେ ଦିଲ୍ଲୀ ସୀମାକୁ ଲାଗିଥିବା ପ୍ରଦର୍ଶନସ୍ଥଳ ସିଂଘୁ, ଟିକରୀ ଓ ଗାଜୀପୁର ସୀମା ତଥା ହରିଆଣାର ରେୱାସନରୁ ଟ୍ରାକ୍ଟର ରାଲି ବାହାର କରିଥିଲେ । କୃଷକମାନେ  ଏହାକୁ ଜାନୁଆରୀ ୨୬ ପାଇଁ ଟ୍ରାକ୍ଟର ପରେଡ ବୋଲି ମନେ କରଥିଲେ । ଚାଷୀମାନେ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ଓ ଦେଶର ଅନ୍ୟ ସ୍ଥାନରେ ଟ୍ରାକ୍ଟର ପରେଡ ଆୟୋଜନ କରିବାକୁ ଚେତାବନୀ ଦେଇଛନ୍ତି । 

By amfnews

Related Post