Sun. Mar 8th, 2026

ଦିଲ୍ଲୀ ମେଟ୍ରୋରେ ପହରା ଦେବ ‘ଲାଡେନ୍‌ ଚଢ଼ାଉ ସ୍କ୍ଵାଡ୍‌’ରେ ସାମିଲ ହୋଇଥିବା ପ୍ରଜାତିର କୁକୁର

165 Views

ନୂଆଦିଲ୍ଲୀ  : ଓସାମା ବିନ୍‌ ଲାଡେନ୍‌କୁ ହତ୍ୟା କରିଥିବା ‘ଯୁକ୍ତରାଷ୍ଟ୍ର ଆମେରିକା ନେଭି ସିଲ୍‌’ ସ୍କ୍ଵାଡ୍‌ ସହ ଯାଇଥିବା ‘ବେଲ୍‌ଜିଆନ୍‌ ମେଲିନଇସ୍‌’ ପ୍ରଜାତିର ‘ଖୋଜ୍‌’ ନାମକ ଗୋଟାଏ କୁକୁର ଦିଲ୍ଲୀ ମେଟ୍ରୋର ସୁରକ୍ଷା ନିମନ୍ତେ ସିଆଇଏସ୍‌ଏଫ୍‌ ସହ ଯୋଗ ଦେବ।

ଗତ ସପ୍ତାହରେ ଜଣେ ଘରୋଇ କୁକୁର ଉତ୍ପନ୍ନକାରୀଙ୍କ ଠାରୁ ‘ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌) ‘ବେଲ୍‌ଜିଆନ୍‌ ମେଲିନଇସ୍‌’ ପ୍ରଜାତିର କୁକୁର ‘ଖୋଜ୍‌’କୁ କ୍ରୟ କରିଛି। ଦଶମାସିଆ ତାଲିମ ପାଇଁ ଏବେ ‘ଖୋଜ୍‌’କୁ ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ ଫୋର୍ସର ବେଙ୍ଗାଲୁରୁସ୍ଥିତ କୁକୁର ତାଲିମ କେନ୍ଦ୍ରକୁ ପଠାଯାଇଛି। ସିଆଇଏସ୍‌ଏଫ୍‌ର କର୍ମଚାରୀମାନେ କହୁଛନ୍ତି କି, ସେ କୁକୁରଟିକୁ କିଣିବା ଏବଂ ତା’ର ତାଲିମ ବାବଦରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଛି। ସେ ହେଉଛି ସିଆଇଏସ୍‌ଏଫ୍‌ କୁକୁର ସ୍କ୍ଵାଡ୍‌ର ସବୁଠୁ ଦାମୀ ସଦସ୍ୟ। ସେମାନେ କହିଛନ୍ତି କି, ବିସ୍ଫୋରକ ରଖିଥିବା ଫିୟାଦୀନ୍‌ ଆକ୍ରମଣକାରୀଙ୍କୁ ଏହି କୁକୁର ଚିହ୍ନାଇବାରେ ସାହାଯ୍ୟ କରିବ।

By amfnews

Related Post