Tue. Jan 7th, 2025

ଦିଲ୍ଲୀ-ମୁମ୍ବାଇ ଲାଇନରେ ଦ୍ରୁତ ଗତି ଟ୍ରେନ ପ୍ରକଳ୍ପ ପାଇଁ ମିଳିବ ୧୮୦୦୦ କୋଟି ଟଙ୍କା!

By amfnews Nov 28, 2018 #Featured
101 Views

ମୁମ୍ବାଇ, ନଭେମ୍ବର ୨୮: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରୁ ଆର୍ଥିକ ରାଜଧାନୀ ମୁମ୍ବାଇ ଏବଂ ଦିଲ୍ଲୀରୁ ହାଓଡା ଭଳି ବ୍ୟସ୍ତବହୁଳ ରେଲଲାଇନରେ ଦ୍ରୁତ ଗତିରେ ଟ୍ରେନ ଚାଲିବ । ଏଥି ପାଇଁ କେନ୍ଦ୍ର ସରକାର ୧୮,୦୦୦ କୋଟି ଟଙ୍କା ମଞ୍ଜୁରୀ ଦେବାକୁ ଯୋଜନା କରୁଛନ୍ତି । ଏହା ପରେ ଏହି ୨ଟି କରିଡର ପାଇଁ ପ୍ରଯୁକ୍ତିବିଦ୍ୟାରେ ପରିବର୍ତ୍ତନ ଅଣାଯିବ । ଆଶା କରାଯାଉଛି ଯେ, ଏହି ପ୍ରକଳ୍ପ ପାଇଁ ଖୁବ ଶୀଘ୍ର ସରକାର ମଞ୍ଜୁରୀ ଦେବେ । ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିବା ପରେ ଦିଲ୍ଲୀ ରୁ ମୁମ୍ବାଇ ମାର୍ଗରେ ଘଣ୍ଟା ପିଛା ୧୬୦ କିଲୋମିଟରରେ ଗତିରେ ଟ୍ରେନ ଚଳାଚଳ କରିବ । ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ଯେ, ଦୀର୍ଘ ଦିନରୁ ଥିବା ଯୋଜନା ଅନୁସାରେ ବର୍ତ୍ତମାନ ମାତ୍ର ୦.୩ ପ୍ରତିଶତ ଲାଇନ ଏହି ଭଳି ଅଛି, ଯେଉଁଠାରେ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଟ୍ରେନ ଯାଇପାରିବ । 

ରେଳବାଇ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ ହାଓଡା ଲାଇନରେ ବର୍ତ୍ତମାନ ଘଣ୍ଟା ପିଛା ୧୩୦ କିଲୋମିଟରେ ଟ୍ରେନ ଯାଇ ପାରିବ । ଏହା ପୁଣି କିଛି ସ୍ଥାନରେ ହିଁ ସମ୍ଭବ । ରେଳବାଇ ରୁଟରେ ଗତି ବଢ଼ାଇବା ପାଇଁ ଚିନ୍ତା କରୁଛି । ସରକାରଙ୍କ ଯୋଜନା ସଫଳ ହେଲେ ଆଗାମୀ ଦିନରେ ଏହି ରୁଟରେ ଘଣ୍ଟା ପିଛା ୧୬୦ କିଲୋମିଟର ବେଗରେ ଟ୍ରେନ ଚାଲିବ ।

ରେଳବାଇ ସୂତ୍ର ଅନୁସାରେ ଏହି ୨ ରୁଟରେ ଦ୍ରୁତଗାମୀ ଟ୍ରେନ ଚଳାଚଳ ପାଇଁ କ୍ୟାବିନେଟ ନୋଟ ପ୍ରସ୍ତୁତ କରିଛି । ଖୁବ ଶୀଘ୍ର କ୍ୟାବିନେଟ ମଞ୍ଜୁରୀ ଦେଇପାରେ । ଆଶା କରାଯାଉଛି ୨ ମାସ ମଧ୍ୟରେ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିଯିବ ।

By amfnews

Related Post