296 Views


ସୂଚନା ମୁତାବକ, ୩.୫୯କୋଟି ଟଙ୍କା ନେଇ ଅଭିଯୁକ୍ତ ଦୁବାଇ ଯିବା ପାଇଁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ । ଏ ବିଷୟରେ ଖବର ମିଳିବା ପରେ ରାଜସ୍ୱ ଗୋଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀମାନେ ଟର୍ମିନାଲ-୩ରେ ହିଁ ଅଭିଯୁକ୍ତକୁ କାବୁ କରି ନେଇଥିଲେ । ପରେ ଚେକିଂ କରାଯିବାରୁ ଅଭିଯୁକ୍ତଙ୍କ ପାଖରୁ ୩.୫୯ କୋଟି ଟଙ୍କା ମିଳିଥିଲା । ବ୍ୟାଗ୍ରେ ରଖା ଯାଇଥିବା ମାଇକ୍ରୋଓଭେନ୍ ଏବଂ ମଗ୍ ଭିତରେ ଟଙ୍କା ରଖାଯାଇଥିବା ଜଣା ପଡ଼ିଥିଲା । ତେବେ ଗିରଫ ହୋଇଥିବା ଅଭିଯୁକ୍ତର ନାଁ ପ୍ରକାଶ କରିବା ପାଇଁ ପୁଲିସ ରାଜି ହୋଇ ନଥିବା ବେଳେ ଅଭିଯୁକ୍ତକୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଥିବା ଜଣାପଡ଼ିଛି ।