Sat. Mar 7th, 2026

ଦିଲ୍ଲୀ ଏବଂ ଜମ୍ମୁ ଓ କଶ୍ମୀରରେ ଭୟାବହ ଆକ୍ରମଣ ପାଇଁ ବନ୍ଦିପୋର ଶେଓ ବଗିଚାରେ ଷଡ଼ଯନ୍ତ୍ର କରିଛି ଜୈଶ୍‌-ଏ-ମହମ୍ମଦ

192 Views

ନୂଆଦିଲ୍ଲୀ  : ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦର କମାଣ୍ଡର୍‌ ଅବୁ ଉସ୍‌ମାନ ନିକଟରେ ଜମ୍ମୁ ଓ କଶ୍ମୀରର ବନ୍ଦିପୋରା ଶେଓ ବଗିଚାରେ ଗୋଟାଏ ବୈଠକ ବସାଇ ସହଯୋଗୀମାନଙ୍କୁ କହିଛନ୍ତି ଯେ ଆମ ଭାଇମାନେ ପହଞ୍ଚି ଯାଇଥିବାରୁ ଖୁବ୍‌ ଶୀଘ୍ର କଶ୍ମୀରର ଲୋକେ ଜମ୍ମୁ ଓ ଦିଲ୍ଲୀରେ ଭୟାବହ ଆକ୍ରମଣ ହୋଇଥିବା ଭଳି ସୁସମ୍ବାଦ ଶୁଣିବେ।

ପ୍ରାୟ ୫/୬ ଦିନ ତଳେ ଶେଓ ବଗିଚାରେ ଏହି ବୈଠକ ବସିଥିଲା। ଏହି ସୂଚନାକୁ ଗୁଇନ୍ଦା ଦଳ ଏକାଧିକ ଏଜେନ୍‌ସିଙ୍କୁ ଅବଗତ କରାଇଥିବା କଥା ଦିଲ୍ଲୀ ପୁଲିସ କହିଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ ଜଣେ ପାକିସ୍ତାନୀ ଆତଙ୍କବାଦୀ ଏବଂ ଦୁଇ ଜଣ କଶ୍ମୀର ସନ୍ତ୍ରାସବାଦୀ ଗୋଟାଏ ଏକେ-୪୭ ରାଇଫଲ, ପିସ୍ତଲ ଏବଂ ଗ୍ରେନେଡ୍‌ ସହ ସେ ବୈଠକରେ ଉପସ୍ଥିତ ଥିଲେ। ଉସ୍‌ମାନ୍‌ ସ୍ୱଂୟ ଗୋଟାଏ ସ୍ନାଇପର୍‌ରାଇଫଲ୍‌ ଧରିଥିଲେ। ପାକିସ୍ତାନ ସମର୍ଥିତ ଲଶ୍କର୍‌-ଏ-ତୈବା ଏବଂ ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀମାନେ ଆକ୍ରମଣ କରିବା କଥା ଗୁଇନ୍ଦା ବ୍ୟୁରୋ ସତର୍କ ସୂଚନା ଦେବା ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି ହୋଇଛି।

By amfnews

Related Post