Sat. Mar 7th, 2026

ଦିଲ୍ଲୀରେ ଲକଡାଉନ୍ ନିୟମ ବଳବତ୍ତର ରହିବ: କେଜ୍ରିୱାଲ

235 Views

ନୂଆଦିଲ୍ଲୀ  : ସୋମବାର ପାଖରୁ କେନ୍ଦ୍ର ସରକାର ଅନେକ ସେବା ଉପରୁ ସର୍ତ୍ତ ମୂଳକ କଟକଣା ପ୍ରତ୍ୟାହାର କରୁଛନ୍ତି। ହେଲେ ଦିଲ୍ଲୀର କୌଣସି ସେବା ଆରମ୍ଭ ହେବ ନାହିଁ। କଡ଼କାଡ଼ି ଭାବରେ ଲକଡାଉନ୍ ଗାଇଡ୍ ଲାଇନ୍ ନିୟମ ପାଳନ ହେବ। ରବିବାର ଏ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଦିଲ୍ଲୀର ୧୧ ଟି ଜିଲ୍ଲା ହଟସ୍ପଟ ରହିଛି। ତେଣୁ ଦିଲ୍ଲୀ ବାସୀ କଟକଣା ଭିତରେ ରହିବେ ବୋଲି ସେ କହିଛନ୍ତି।

ଆଗାମୀ ସପ୍ତାହେ ଯାଏ ସ୍ଥିତି ସମୀକ୍ଷା କରାଯିବ। ଯଦି ସ୍ଥିତିରେ ଉନ୍ନତୀ ଆସିବ ତାହେଲେ ସର୍ତ୍ତମୂଳକ ରିହାତି ଦିଆଯିବ ବୋଲି କେଜ୍ରିଓ୍ୱାଲ କହିଛନ୍ତି। ଶନିବାର ଦିଲ୍ଲୀରେ ୧୮୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଅସ୍ୱାଭାବିକ ରହିଛି।

ସେ ଆହୁରି କହିଛନ୍ତି, ଯେଉଁଠାରେ ଲୋକମାନେ ନିର୍ଦ୍ଦେଶ ପାଳନ କରୁଛନ୍ତି ସେଠାରେ ମାମଲା ବୃଦ୍ଧି ହେଉନାହିଁ। ତେବେ କିଛି ସ୍ଥାନରେ ଲୋକମାନେ ନିର୍ଦ୍ଦେଶ ପାଳନ କରୁ ନ ଥିବାରୁ ମାମଲା ବଢ଼ୁଛି। ଯଦିଓ ମାମଲା ବଢ଼ୁଛି ତଥାପି ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି।

By amfnews

Related Post