234 Views
ନୂଆଦିଲ୍ଲୀ, ଜାନୁଆରୀ ୦୫ : ଲୋକସଭା ନିର୍ବାଚନକୁ ନେଇ ସମସ୍ତ ଦଳ ନିଜ ନିଜ ସ୍ତରରେ ପ୍ରସ୍ତୁତି କରୁଛନ୍ତି । ଏହି ମଧ୍ୟରେ ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ବିଏସପି ସୁପ୍ରିମୋ ମାୟାବତୀ ଏବଂ ସପାର ସୁପ୍ରିମୋ ଅଖିଳେଶ ଯାଦବଙ୍କ ବୈଠକ ହୋଇଥିଲା । ସେମାନଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଆସନ ଭାଗବଂଟା ଶେଷ ହୋଇ ଯାଇଛି । ଏହି ଭାଗବଂଟାରେ ଦୁଇ ଦଳ ୩୭-୩୭ ଆସନରେ ନିଜ ପ୍ରତ୍ୟାଶୀଙ୍କୁ ଓହ୍ଲାଇବେ । ଶେଷରେ ବଳକି ଥିବା ଆସନରୁ ମହାମେଂଟରେ ସାମିଲ ହୋଇଥିବା ଅନ୍ୟ ଦଳଙ୍କୁ ନିର୍ବାଚନ ଲଢିବାକୁ ଅବସର ଦିଆଯିବ ।
ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟା ୬ଟାରେ ମୟାବତୀଙ୍କ ବାସଭବନରେ ସପାର ପ୍ରମୁଖ ଅଖିଳେଶ ଯାଦବ ପହଂଚିଥିଲେ । ସେମାନଙ୍କ ମଧ୍ୟରେ ପାଖାପାଖି ଦୁଇ ଘଂଟା ଧରି ବୈଠକ ଚାଲିଥିଲା । କେଉଁ ଆସନରୁ କେଉଁ ପ୍ରତ୍ୟାଶୀଙ୍କୁ ଓହ୍ଲାଇବା ତାହା ମଧ୍ୟ ଦୁଇ ପ୍ରମୁଖ ନିଷ୍ପତି ନେଇ ସାରିଛନ୍ତି । କୌଣସି ପ୍ରକାରର ବିବାଦ ସୃଷ୍ଟି ନହେବା ପାଇଁ ଦୁଇ ଦଳ ସମାନ ସମାନ ଭାବରେ ପ୍ରତ୍ୟାଶୀ ଓହ୍ଲାଇଛନ୍ତି । ଏତଦ୍ ବ୍ୟତୀତ ମହାମେଂଟରେ ସାମିଲ ହୋଇଥିବା ରାଷ୍ଟ୍ରୀୟ ଲୋକଦଳକୁ ୬ଟି ଆସନରୁ ନିର୍ବାଚନ ଲଢିବା ପାଇଁ ଅବସର ଦିଆଯାଇଛି ।
ତେବେ ଗୌତମବୁଦ୍ଧନଗର ଆସନରୁ ବିଏସପି ଲଢୁଛି । ମାୟାବତୀଙ୍କ ପୈତୃକ ଗ୍ରାମ ବାଦଲପୁର ତାହାର ଅନ୍ତର୍ଗତ । ଗୌତମବୁଦ୍ଧନଗରରେ ନିର୍ବାଚନ ଲଢିବା ପାଇଁ ପାଖାପାଖି ୮ଜଣ ଟିକେଟ ମାଗି ସାରିଛନ୍ତି ।