Wed. Nov 6th, 2024

ଦିଲ୍ଲୀରେ ମହିଳା ଅସୁରକ୍ଷିତ: ୧୦ମ ଶ୍ରେଣୀ ଛାତ୍ରୀ ଓ ଯୁବତୀଙ୍କୁ ଗଣଦୁଷ୍କର୍ମ ୬ ଅଭିଯୁକ୍ତ ଗିରଫ

By amfnews Oct 15, 2018 #Featured
99 Views

ନୂଆଦିଲ୍ଲୀ, ଅକ୍ଟୋବର ୧୫ : ଜାତୀୟ ରାଜଧାନୀ ଦିଲ୍ଲୀ ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟି ଯାଇଛି । ପୂର୍ବ ଦିଲ୍ଲୀସ୍ଥିତ ବିଦୋଦ ନଗରରେ ଶନିବାର ରାତି ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ହୋଇଛି । ସେହିଭଳି ଅନ୍ୟ ଏକ ଘଟଣାରେ ଦିଲ୍ଲୀର ବସନ୍ତକୁଞ୍ଜରେ ସହକର୍ମୀଙ୍କୁ ଲିଫ୍ଟ ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁୁ ଗିରଫ କରିଛି ।

୧୬ ବର୍ଷୀୟ ଛାତ୍ରୀ ଓ ତାଙ୍କ ପରିବାର ଲୋକେ ଅମିତ କୁମାର (୨୬)କୁ ଜାଣନ୍ତି । କୁମାର ଛାତ୍ରୀଙ୍କୁ ଏକ ପାର୍କରେ ଦେଖା କରିବାକୁ ଡାକିଥିଲା । ପୂର୍ବ ଯୋଜନା ଅନୁସାରେ ଅମିତଙ୍କ ସହିତ କିଶାନ ନେଗି(୪୨), ପଙ୍କଜ ମେହେତା (୪୨) ଓ ରାଜୁ କୁମାର (୨୦) ଉପସ୍ଥିତ ଥିଲେ । ପରେ ଚାରି ଜଣ ଅଭିଯୁକ୍ତ ଛାତ୍ରୀଙ୍କୁ ଏକ ଫ୍ଲାଟ ଉପରକୁ ନେଇ ଯାଇ ଗଣଦୁଷ୍କର୍ମ କରିଥିଲେ ବୋଲି କଲ୍ୟାଣପୁରୀ ପୋଲିସ କହିଛି । ଘଟଣା ସହିତ ସଂପୃକ୍ତ ସମସ୍ତ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ସେହିଭଳି ପଶ୍ଚିମ ଦିଲ୍ଲୀର ଦ୍ୱାରକାସ୍ଥିତ ମଲ୍ଟି ନ୍ୟାସନାଲ କମ୍ପାନୀରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ତା’ଙ୍କ ୨ ଜଣ ସହକର୍ମୀ ଲିଫ୍ଟ ଦେଇ ଗଣଦୁଷ୍କର୍ମ କରିଛନ୍ତି । ଅଭିଯୁକ୍ତ ବ୍ରିଜୁ (୨୫) ଓ ବିନୋଦ କୁମାର (୩୧)କୁ ପୋଲିସ ଗିରଫ କରିଛି । ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳରେ ଏହି ଘଟଣା ଘଟିଛି ।

 

By amfnews

Related Post