Tue. Dec 24th, 2024

ଦିଲ୍ଲୀରେ ଭୀଷଣ ଶୀତ: ଭାଙ୍ଗିଲା ୧୪ ବର୍ଷର ରେକର୍ଡ, ପଂଜାବ-ହରିଆଣାରେ ପ୍ରବଳ ଥଣ୍ଡା

By amfnews Nov 21, 2020 #Featured
131 Views

ନୂଆଦିଲ୍ଲୀ, ନଭେମ୍ବର ୨୧ : ଦେଶର ରାଜଧାନୀ ଦିଲ୍ଲୀରେ ନଭେମ୍ବରରେ ଶୀତଲହରୀ ଆରମ୍ଭ ହୋଇଯାଇଛି । ଶୁକ୍ରବାର ଶୀତ ୧୪ ବର୍ଷର ରେକର୍ଡ ଭାଙ୍ଗିଛି । ସର୍ବନିମ୍ନ ତାପମାତ୍ରା ୭.୫ ରେକର୍ଡ କରାଯାଇଛି । ଏହା ସାଧାରଣ ତାପାମାତ୍ରା ଠାରୁ ୫ ଡିଗ୍ରୀ କମ । କିନ୍ତୁ ନଭେମ୍ବର ୨୩ ପରେ ଶୀତ କମିବ । ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ନଭେମ୍ବର ମାସରେ ଚଳିତ ବର୍ଷ ଦେଶବ୍ୟାପୀ ଶୀତ ରେକର୍ଡ କରିଛି । ପଂଜାବ, ହରିଆଣା ସମେତ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହୋଇଛି । 

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆଂଚଳିକ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ କୁଳଦୀପ ଶ୍ରୀବାସ୍ତବ କହିଛନ୍ତି, ୨୦୦୬ ନଭେମ୍ବର ୨୯ ପରେ ଏହା ପ୍ରଥମ ଥର ପାଇଁ ଦିଲ୍ଲୀର ତାପମାତ୍ରା ଏତିକି କମ ହୋଇଛି । ୨୦୦୬ ନଭେମ୍ବର ୨୯ରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୭.୩ ଡିଗ୍ରୀ ଥିଲା । ପାଣିପାଗ ବିଭାଗ କହିଛି ଯେ, ଦିଲ୍ଲୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଭୀଷଣ ଶୀତ ଅନୁଭୂତ ହୋଇଛି । ସାଧାରଣତଃ ଦିଲ୍ଲୀରେ ଯେତେବେଳେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ଅଥବା ଏଥିରୁ କମ ହୋଇଥାଏ, ପାଣିପାଗ ବିଭାଗ ପକ୍ଷରୁ ଶୀତଋତୁ ଘୋଷଣା କରାଯାଇଥାଏ । ଶ୍ରୀବାସ୍ତବ କହିଛନ୍ତି ଯେ, ଏହି ମାନଦଣ୍ଡ ଶୁକ୍ରବାର ପୂରା ହୋଇଯାଇଛି । 

ଦିଲ୍ଲୀରେ ଗତବର୍ଷ ନଭେମ୍ବରରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିଭଳି ୨୦୧୮ରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ସେଲସିୟସ ଓ ୨୦୧୭ରେ ୭.୬ ଡିଗ୍ରୀ ରେକର୍ଡ ହୋଇଥିଲଶ । ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ୧୯୩୮ ମସିହା ନଭେମ୍ବର ୨୮ରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୩.୯ ଡିଗ୍ରୀ ରେକର୍ଡ କରାଯାଇଥିଲା । 

By amfnews

Related Post