Sat. Jan 11th, 2025

ଦିଲ୍ଲୀରେ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମାଓ-ମୁକାବିଲା ବୈଠକ; ଯୋଗଦେଲେ ନବୀନଙ୍କ ସମେତ ମାଓପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ

By amfnews Aug 26, 2019 #Featured
116 Views

ନୂଆଦିଲ୍ଲୀ  :  ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମାଓ ଦମନ ଅପରେସନର ସମୀକ୍ଷା  ବୈଠକ ଆରମ୍ଭ ହୋଇଛି । ବୈଠକରେ ମାଓ ପ୍ରବଣ ଅଂଚଳ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଛନ୍ତି । ଏହି  ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୃହ ମନ୍ତ୍ରାଳୟ ଗୁଇନ୍ଦା ବିଭାଗ ଏବଂ ଅର୍ଦ୍ଧ ସାମରିକ ବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗ ଦେଇଛନ୍ତି।

ANI

@ANI

Delhi: Union Home Minister Amit Shah holds an inter-state council meeting on anti-Maoist operations. Chhattisgarh CM Bhupesh Baghel, Madhya Pradesh CM Kamal Nath, UP CM Yogi Adityanath, Odisha CM Naveen Patnaik, and Jharkhand CM Raghubhar Das present at the meeting.

View image on TwitterView image on TwitterView image on Twitter
ନକ୍ସଲ ପ୍ରଭାବିତ ରାଜ୍ୟ ଓଡିଶା, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ. ବିହାର,ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଏଥିରେ ଅଂଶଗ୍ରହଣ କରିଛନ୍ତି  । ବୈଠକରେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେଇଥିବା ବେଳେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇନାହାନ୍ତି । ମାଓବାଦୀ ଦମନ ସମେତ ମାଓ ପ୍ରଭାବିତ ଅଂଚଳ ଗୁଡିକରେ ବିକାଶର କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ଉପରେ ବୈଠକରେ ଆଲୋଚନା ଚାଲିଛି ।

ଏଥିସହିତ ହିଁ ବୈଠକରେ ଯେଉଁ ସବୁ ଅଂଚଳମାନଙ୍କରେ ମାଓବାଦୀଙ୍କ ଉପଦ୍ରବ ଅଧିକ ରହିଛି, ସେଠାରେ କମ୍ବିଂ ଅପରେସନ ଜୋରଦାର କରାଯିବା ସହ ଆବଶ୍ୟକୀୟ ପୁଲିସ୍ ଫୋର୍ସ ମୁତୟନ ପାଇଁ ଗୁରୁତ୍ୱ ଦିଆଯିବ । ସେହିଭଳି ନକ୍ସଲଙ୍କ ନିକଟକୁ ଆସୁଥିବା ଅର୍ଥକୁ ବନ୍ଦ କରିବା ଏବଂ ମାଓବାଦୀଙ୍କ ଛାମୁଆ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବୈଠକରେ ଆଲୋଚନା ହେବା ନେଇ ଜଣାପଡିଛି ।

By amfnews

Related Post