Wed. Dec 25th, 2024

ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ, ଗୋଟିଏ ଦିନରେ ସର୍ବାଧିକ 131 ଜଣଙ୍କ ଜୀବନ ନେଲା ମହାମାରୀ କରୋନା

By amfnews Nov 19, 2020 #Featured
101 Views

ନୂଆଦିଲ୍ଲୀ, ନଭେମ୍ବର ୧୯ : ଦିଲ୍ଲୀରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ମହାମାରୀ କରୋନା ସ୍ଥିତି । ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଦ୍ୱାରା ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ରେକର୍ଡ କରାଯାଇଛି | ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ କରୋନା ଯୋଗୁଁ 131 ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦିଲ୍ଲୀରେ ମୋଟ ମୃତ୍ୟୁ ସଂଖ୍ୟା 7,943 କୁ ବୃଦ୍ଧି ପାଇଛି । ଏହାପୂର୍ବରୁ ଗତ ନଭେମ୍ବର 12 ରେ ମଧ୍ୟ ଗୋଟିଏ ଦିନରେ ସର୍ବାଧିକ 104 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।

By amfnews

Related Post