157 Views
ନୂଆଦିଲ୍ଲୀ: ଦିଲ୍ଲୀରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ଗଠନ ଲାଗି ସହମତି ହୋଇଯାଇଛି । ସୂତ୍ରନୁସାରେ , ଦୁଇ ଦଳ ମଧ୍ୟରେ ଦିଲ୍ଲୀର ସାତ ଲୋକସଭା ସିଟ ବଣ୍ଟାଯିବା ଫର୍ମୁଲା ମଧ୍ୟ ନିଶ୍ଚିତ ହୋଇଯାଇଛି । ଆପ୍ ଦିଲ୍ଲୀର ୪ ଲୋକସଭା ଆସନରେ ନିର୍ବାଚନ ଲଢିବେ ଏବଂ ଅନ୍ୟପକ୍ଷରେ କଂଗ୍ରେସ ଖାତାରେ ୩ ସିଟ୍ ଆସିବ । ନୂଆଦିଲ୍ଲୀ ,ଚାନ୍ଦିନୀ ଚୌକ ଏବଂ ନର୍ଥ ୱେଷ୍ଟ ଦିଲ୍ଲୀ ଆସନରେ କଂଗ୍ରେସ ନିଜର ପ୍ରାର୍ଥୀ ଦେବ । ଅନ୍ୟପକ୍ଷରେ ଆପକୁ ଇଷ୍ଟ ଦିଲ୍ଲୀ , ନର୍ଥ ଇଷ୍ଟ୍ ଦିଲ୍ଲୀ, ୱେଷ୍ଟ୍ ଦିଲ୍ଲୀ ଏବଂ ସାଉଥ୍ ଦିଲ୍ଲୀ ସିଟ୍ ମିଳିବା ନେଇ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ହରିୟାଣାର ୧୦ ଲୋକସଭା ଆସନରେ ମେଣ୍ଟ ଲାଗି ମଧ୍ୟ ଦୁଇ ଦଳ ମଧ୍ୟରେ କଥାବାର୍ତ୍ତା ସରିଛି । ଏଠାରେ ଆମ୍ ଆଦମୀ ପାର୍ଟିକୁ ଗୋଟିଏ ଆସନ ମିଳିପାରେ ।
୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଦିଲ୍ଲୀର ସମସ୍ତ ସାତ ଆସନରେ ବିଜୟ ହାସଲ କରିଥିଲା ।