Mon. Nov 25th, 2024

ଦିବ୍ୟାଙ୍ଗ ମାନେ ଦୟାର ପାତ୍ର ନୁହଁନ୍ତି ଯାଜପୁର ଜିଲ୍ଲାପାଳଙ୍କ ଦୃଢୋକ୍ତି କେତେ ସତ?

By amfnews Sep 21, 2018 #Featured
194 Views

ଯାଜପୁର, ତା ୨୦ା୯ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ କକ୍ଷରେ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଜିଲ୍ଳ୍ା ସ୍ତରୀୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଯାଜପୁର ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଦିବ୍ୟାଙ୍ଗ ମାନେ ଯେ, ସମାଜର ବୋଝ ବା ଦୟାର ପାତ୍ର ନୁହଁନ୍ତି ତାହା ଅନେକବାର ପ୍ରମାଣିତ ହୋଇସାରିଚ୍ଥି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏହାସହ ଦିବ୍ୟାଙ୍ଗ ମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ କଡାକଡି ଭାବେ ପାଳନ କରାଯିବା ନେଇ ଗୁରୁତ୍ୱାରୋପ କରିଥିଲେ । ହେଲେ ବାସ୍ତବରେ ଏଭଳି ଦ୍ୟଢୋକ୍ତି କେବଳ ଭାଷରରେ ସୀମିତ ରହୁଥିବା ବେଳେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଆମେ ମଧ୍ୟ ଏ ସଂକ୍ରାନ୍ତରେ ଆମ ସଂସ୍ଥା ତରଫରୁ ଏହିଦିନ ଯାଜପୁର: ଦିବ୍ୟାଙ୍ଗଙ୍କ ସୁବିଧା ପ୍ରଶାସନିକ ଆଲୋଚନାରେ ସୀମିତ ଶୀର୍ଷକରେ ପ୍ରକାଶିତ କରିଥିଲୁ ।
ଏବେ ଏଥିନେଇ ଆଉ ଏକ ଦୃଷ୍ଟାନ୍ତ ପ୍ରଦାନ କରୁଛୁ । ଏହି ଜିଲ୍ଲାର ଧର୍ମଶାଳା ବ୍ଲକ ଅଞ୍ଜିରା ପଂଚାୟତର ଗୋଡିପାଟିଆ ଗ୍ରାମରେ ରହନ୍ତି ଶାରିରୀକ ଅକ୍ଷମ ବ୍ୟକ୍ତି କାର୍ତ୍ତିକ ପ୍ରଧାନ । କାର୍ତ୍ତିକଙ୍କ ଜମି ବାଡି ବୋଲି ସେମିତି କିଛି ନାହିଁ । ଶାରିରୀକ ଅକ୍ଷମ ଭାବେ ମଧ୍ୟ ପାୁଛନ୍ତି ଭତ୍ତା । ଗୋଡିପାଟିଆ ଗ୍ରାମର ସର୍ବାଧିକ ଗରୀବ ଭାବେ ପରିଚିତ କାର୍ତ୍ତିକ । ତାଙ୍କର ଗୋଟିଏ ଖଣ୍ଡିଆ କୁଡିଆ ଚାଳ ଘର ରହିଛି । ସରକାର ମଧ୍ୟ ଚାଳଘର ନରଖିବାକୁ ଏକ ପ୍ରକା ସଂକଳ୍ପ ନେଇଛନ୍ତି । ଏଣେ ଶାରୀରିକ ଅକ୍ଷମ ମାନଙ୍କୁ ଆବାସ ଯୋଜନାରେ ଗୃହ ପ୍ରଦାନ ପାଇଁ ଗୁରୁତ୍ୱ ବି ଦେଉଛନ୍ତି । କାର୍ତ୍ତିକଙ୍କ ଠାରୁ ଯତେଷ୍ଟ ଧନୀ ଓ ଥିଲା ବାଲା ଏହି ଗାଁ ଓ ପଂଚାୟତରେ ଘର ପାଇଛନ୍ତି । ହେଲେ କାର୍ତ୍ତିକଙ୍କ ନାମ କୁଆଡେ ଏସ.ଇ.ସି.ସି ତାଲିକାରେ ନାମ ନଥିବାରୁ ଗୃହ ପ୍ରଦାନ କରାଯିବ ନାହିଁ ବୋଲି ତାଙ୍କୁ କୁହଯାଉଛି । ତେବେ ଏଭଳି ତାଲିକା କିଏ ପ୍ରସ୍ତୁତ କରିଲା, କାର୍ତ୍ତିକଙ୍କ ନାମ କିଭଳି ତାଲିକାରେ ରହିଲା ନାହିଁ ଏହା ଏକ ବଡ ଚଂଚକତା ହୋଇଥିବା ବେଳେ ଏଥିନେଇ କାର୍ତ୍ତିକ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆବସ ଯୋଜନାରେ ଗୃହ ପ୍ରଦାନ ପାଇଁ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ଚଂଚକତା କରାଯିବା କିଛି ନୂଆ କଥା ନୁହେଁ । ଏହି ଯାଜପୁର ଜିଲ୍ଲାର କୋରେଇ ବ୍ଲକରେ ଏଭଳି ଅନିୟମିତତା ଧରାପଡିବା ପରେ ସଂପୃକ୍ତ ଗ୍ରାମସେବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଧର୍ମଶାଳା ବ୍ଲକରେ ଆବାସ ଯୋଜନାରେ ଦୁର୍ନିତି ନେଇ ହୋଇଥିବା ଚଂଚକତା ପାଇଁ ମାନ୍ୟବର ହାଇକୋର୍ଟ ମଧ୍ୟ ଭର୍ଚ୍ଚନା କରିଛନ୍ତି । ତେବେ କାର୍ତ୍ତିକଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଗତ ତା୧୨.୦୯.୨୦୧୮ ରିଖରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଧର୍ମଶାଳା ବି.ଡି.ଓଙ୍କୁ ଏବଂ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଯାଜପୁର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଉଭୟ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶ ଏବଂ ଜଣେ ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କ ଅଭିଯୋଗକୁ ଅଣଦେଖା କରି ଅଦ୍ୟାବଧି କୌଣସି ଅନୁସନ୍ଧାନ କରାନଯିବା ଏବଂ ଏଭଳି ଜଣେ ଗରୀବ ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କୁ ଆବାସ ଯୋଜନାରୁ ବଂଚିତ କରାଯିବା ଷଡଯନ୍ତ୍ର ପଛରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି । ନଚେତ ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଜିଲ୍ଲାପାଳଙ୍କ ଭାଷଣ କେବଳ ଭାଷଣରେ ସୀମିତ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ତେବେ ଏହା ଭାତ ହାଣ୍ଡିରୁ ଗୋଟିଏ ଚିପିବା ସଦୃଶ ହୋଇଥିବା ବେଳେ ଏଭଳି ବହୁ ଦିବ୍ୟାଙ୍ଗ ଜିଲ୍ଲାରେ ଅବହେଳିତ ହୋଇ ରହିଛନ୍ତି ।

By amfnews

Related Post