Mon. Jan 27th, 2025

ଦିବଂଗତ ରାଜନେତା ପ୍ରଦୀପ ମହାରଥୀଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ

By amfnews Oct 4, 2020 #Featured
179 Views

ଭୁବନେଶ୍ବର, ଅକ୍ଟୋବର ୦୪ : ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି। ନିକଟରେ କରୋନାରୁ ସୁସ୍ଥ ହୋଇ ଫେରିଥିଲେ । ପରେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ହଠାତ ଗୁରୁତର ହେବାରୁ ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ଘରୋଇ ହସ୍ପିଟାଲର ଡାକ୍ତରମାନଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ବେ ମହାରଥୀଙ୍କ ଦେହାନ୍ତ ହୋଇଥିଲା ।

ମରଶରୀରକୁ ପ୍ରଥମେ ସରକାରୀ ବାସଭବନ ଏବଂ ପରେ ବିଧାନସଭା ପରିସରକୁ ଅଣାଯାଇଥିଲା । ଏହାପରେ ମହାରଥୀଙ୍କ ଶେଷ ଦର୍ଶନ ନିମନ୍ତେ ତାଙ୍କ ପାର୍ଥିବ ଶରୀରକୁ ବିଧାନସଭାରୁ ପାର୍ଟି ଅଫିସକୁ ଅଣାଯାଇଥିଲା । ଅପରାହ୍ମରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ ହେବ ।

ତେବେ ମହାରଥୀଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରଥୀଙ୍କ ଶେଷକୃତ୍ୟ ସଂପନ୍ନ ହେବା ନେଇ ଘୋଷଣା କରିଛନ୍ତି । ପ୍ରଦୀପ ମହାରଥୀଙ୍କ ବିୟୋଗରେ ବିଧାନସଭାରେ ଶୋକପ୍ରସ୍ତାବ ଆଗତ ହୋଇଛି ଯାହାକୁ ବିରୋଧୀ ଦଳ ଓ କଂଗ୍ରେସ ଦଳ ସମର୍ଥନ ଜଣାଇଛି । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

By amfnews

Related Post