Fri. Dec 27th, 2024

ଦିନ ଦ୍ୱିପ୍ରହରେ ସଶସ୍ତ୍ର ଡକାୟତି

rklsanchar@gmail.com' By J.N. Pradhan Jul 12, 2018 #Featured
245 Views

ରାଉରକେଲା, ୧୨/୭  : ଜଗଦା ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ସଶସ୍ତ୍ର ଡକାୟତି ହୋଇଥିବା ଖବର ମିଳିଛି । ଏହି ଘଟଣାରେ ଆନୁମାନିକ ୧୦ରୁ ୧୫ ଭରି ସୁନା ଲୁଟ ହୋଇଥିବା ଜଣାପଡିଛି । ଡ଼ିଏସପି ପି.କେ. ମିଶ୍ର ଘଟଣାର ତଦନ୍ତ ଜାରି ରଖିଛନ୍ତି । ଜଗଦା ରେଡିଓ ଷ୍ଟେସନ ନିକଟରେ ରହୁଥିବା ପୂର୍ବତନ ରାଜସ୍ୱ ନିରୀକ୍ଷକ ନୃସିଂହ ତ୍ରିପାଠୀଙ୍କ ଘରେ ପ୍ରାୟ ୧୦ରୁ ୧୧ ଜଣ ମୁଖାଧାରୀ ଦୁର୍ବୁତ୍ତ ପଶିଥିଲେ । ଶ୍ରୀ ତ୍ରିପାଠୀ ସପତ୍ନୀକ ଷଢ଼େଇକଲା ଏକ ବିବାହ କାର୍ଯ୍ୟକ୍ରମେର ଯୋଗ ଦେବାକୁ ଚାଲିଯାଇଥିଲେ ।

ତେବେ ତାଙ୍କ ବଡ଼ପୁଅ ସୁଦୀପ୍ତ ତ୍ରିପାଠୀ ପରିବାର ସହ ଉପରମହଲାରେ ରହନ୍ତି । ୩/୪ ଜଣ ଡକାୟତ ସୁଦୀପ୍ତ ତ୍ରିପାଠୀଙ୍କ ଘରେ ପଶି ତାଙ୍କୁ ପିସ୍ତଲ ଓ ଭୁଜାଲି ଦେଖାଇ ଆଲମିରା ଚାବି ମାଗିଥିଲେ । ଭୟଭୀତ ହୋଇ ସୁଦୀପ୍ତ ଚାବି ଦେଇଦେଇଥିଲେ । ପରେ ଦୁର୍ବୁତ୍ତମାନେ ସମସ୍ତଙ୍କୁ ନେଇ ଠାକୁର ଘରେ ପୁରାଇ ବନ୍ଦ କରିଦେଇଥିଲେ । ଘରେ ଥିବା ପ୍ରାୟ ୧୦/୧୧ ଭରିସୁନା ଗହଣା ଦୁର୍ବୁତ୍ତମାନେ ଲୁଟ କରିନେଇଥିବା ବେଳେ ଅନ୍ୟ ଡକାୟତମାନେ ତଳମହଲାରେ ରହୁଥିବା ସାନପୁଅ ସୁମନ୍ତ ତ୍ରିପାଠୀଙ୍କୁ ମଧ୍ୟ ଅନୁରୂପ ଭାବେ ଭୟଭୀତ କରାଇ ଆଲମିରା ଚାବି ନେବାକୁ ଉଦ୍ୟମ କରିଥିଲେ ।

ମାତ୍ର ସୁମନ୍ତ ଚାବି ଦେଇ ନ ଥିଲେ । ତେଣୁ ଡକାୟତମାନେ ତାଙ୍କ ଝିଅ ବେକରୁ ସୁନାଚେନ ଓ ମୁଦି ନେଇ ଚାଲିଯାଇଥିଲେ । ଉକ୍ତ ପରିବାରର ସୂଚନା ଅନୁଯାୟୀ, ଡକାୟତମାନେ କମ ବୟସର ଓ ହିନ୍ଦୀରେ କଥବାର୍ତ୍ତା କରୁଥିଲେ । ତେବେ ଯିବା ବେଳକୁ ୨ଟି କଟୁରୀ ଓ ଏକ ଆଧାରକାର୍ଡ଼ ନକଲ ଛାଡି଼ ଦେଇଥିଲେ । ଘଟଣା ସ୍ଥଳରେ ଡିଏସପି ପି.କେ. ମିଶ୍ରଙ୍କ ସମେତ ଅନ୍ୟ ଥାନା ଅଧିକାରୀ ଓ ଫରେନସିକ ଟିମ ପହଞ୍ôଚ ଯାଞ୍ଚ ଚଳାଇଛନ୍ତି । ତେବେ ସହରରେ ଡକାୟତଙ୍କ ପ୍ରାଦୁର୍ଭାବରୁ ସହରବାସୀଙ୍କ ଚିନ୍ତା ବଢିଯାଇଥିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଗତ ଜୁନ ମାସରେ ବ୍ୟାଙ୍କ ଡକାୟତି ସହ ଏଭଳି ଘରୋଇ ଡକାୟତି ଘଟଣାର ଚେର ଝାଡ଼ଖଣ୍ଡ ତଥା ବାହାର ରାଜ୍ୟ ପର୍ଯ୍ୟନ୍ତ ଲମ୍ବିଥିବା ସନ୍ଦେହ କରାଯାଉଛି ।

Related Post