244 Views
ଗଂଜାମ, ଡିସେମ୍ବର ୧୬ : ଗତ ଦୁଇ ଦିନ ତଳେ ଆଠଗଡ଼ରେ ଏକ ହାତୀର ପାଟିରେ ବୋମା ଫୁଟିବାରୁ ମୃତ୍ୟୁ ହୋଇଥିଲା । ଆଜି ଦିଗପହଣ୍ଡିରେ ଗୋଟିଏ ଦନ୍ତାକୁ ଗୁଳି ମରା ଯାଇଥିବା ଜଣାପଡ଼ିଛି । ଏ ନେଇ ବନ ବିଭାଗ ସ୍ୱୀକାର କାରିଛି ।
ଗଂଜାମ ଜିଲ୍ଲା ଦିଗପହଣ୍ଡି ରେଞ୍ଜ ଅନ୍ତର୍ଗତ ମେଘଝୋଳି ଓ ନିମଖଣ୍ଡି ମଧ୍ୟରେ ଏକ ଦନ୍ତାର ମୃତ ଦେହ ମିଳିଛି । ଦନ୍ତାକୁ ଗୁଳି କରି ହତ୍ୟା କରାଯାଇଛି ବୋଲି ବନ ବିଭାଗ ସ୍ୱୀକାର କରିଛି । ହାତୀ ଦାନ୍ତ ପାଇଁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବାବେଳେ ବନ ବିଭାଗ ତଦନ୍ତ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଓ ପୁରୀ କଣାସରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ବଣାଇ ରେଞ୍ଜର ଘୋଷରା, ଅଲେଖପୁର, ଗୁଡିଆଳିରେ ୧୪ଟି ହାତୀ ପଶିଯାଇଛନ୍ତି । ହାତୀ ଗୁଡିକ ସକାଳୁ ସକାଳୁ ଗାଁରେ ପଶି ପାଚେରୀ ଭାଙ୍ଗିବା ସହ ଫସଲ ମଧ୍ୟ ନଷ୍ଟ କରିଛନ୍ତି । ଗାଁ ଲୋକେ ହାତୀ ଆତଙ୍କରେ ଭୟଭୀତ ଅଛନ୍ତି । ସେହିପରି କଣାସ ବ୍ଲକ୍ ଗଡ଼ବଳଭଦ୍ରପୁର ପଂଚାୟତ ମଣିଜପୁର ଗାଁରେ ୮ରୁ ଉର୍ଦ୍ଧ୍ୱ ହାତୀ ପଲ ଦେଖିବାକୁ ମଳିଛି । ହଠାତ ଏତେ ସଂଖ୍ୟକ ହାତୀଙ୍କୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ସୂଚନା ପାଇବାପରେ ବନବିଭାଗ କର୍ମଚାରୀ ପହଁଚି ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।