Sat. Dec 28th, 2024

ଦାରିଦ୍ର ଆଗରେ ହାର ମାନିଲା ମାର ମମତା …… 

By amfnews Oct 23, 2018 #Featured
142 Views

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର କରୁଛନ୍ତି ଅନେକ ଯୋଜନା । ହେଲେ ଏହି ଯୋଜନା ପ୍ରକୃତରେ ଲୋକଙ୍କ କେତେ ହିତରେ ପହଂଚୁଛି ତାହା ବେଶ ବାରିହୋଇପଡିଛି କେନ୍ଦୁଝର ସଦରବ୍ଲକ ମହାଦେଇଯୋଡା ଗ୍ରାମର ବିଧବା ମହିଳା ଶିବାନୀ ମୁଣ୍ଡାଙ୍କ ନୀକଟରେ । ଦାରିଦ୍ରତାର କଷ୍ଟ ସହି ନପାରି ଶେଷରେ ବାଧ୍ୟହୋଇ ନିଜର ଜନ୍ମକଲା ଶିଶୁକନ୍ୟାକୁ ନିଜଠୁ ପରକରି ଦେବାକୁ ଇଛା କରିଛ ମା ।

କେନ୍ଦୁଝର ସଦରବ୍ଲକ ମହାଦେଇଯୋଡାର ଗରୀବ ଆଦିବାସୀ ମହିଳା ଶିବାନୀ ମୁଣ୍ଡା । ସ୍ୱାମୀ ଶ୍ୟାମ ମୁଣ୍ଡା ବଂଚିଥିବାବେଳ ମୁଲ ମଜୁରୀ ଲାଗି ଘର ଚଳୁଥିଲା । କିନ୍ତୁ ଗତ ୯ମାସ ତଳେ ସ୍ୱାମୀ ରୋଗରେ ପଡି ମୃତ୍ୟୁବରଣ କରିବାପରେ ସତେ ଜେମିତି ଶିବାନୀଙ୍କ ମୁଣ୍ଡରେ ଦୁଃଖର ପାହାଡ ଭାଙ୍ଗି ିପଡିଲା । ସ୍ୱାମୀଙ୍କ ମୃତ୍ୟ ବରଣପରେ ନିଜର ଦେଢବର୍ଷର ଶିଶୁକନ୍ୟାକୁ ଧରି ଶିବାନୀ ନିଜ ବାପ ଘରକୁ ଚାଲିଆସିଥିଲେ । କିନ୍ତୁ ଘରେ ବାପା ମଧ୍ୟ ଅତ୍ୟନ୍ତ ଦରିଦ୍ର ହୋଇଥିବାବେଳେ ଶିବାନୀଙ୍କ ରକ୍ଷଣା ବେକ୍ଷଣ କରିବାକୁ ବହୁ ଅସୁବିଧାର ସମ୍ମୁଖିନ ହେଲେ ।

ସରକାରଙ୍କ ପ୍ରଦତ ମାତ୍ର ୧୫ କେଜି ଚାଉଳରେ ବାପ ଘର ପରିବାର ସହ ଶୀବାନୀ ଚଳିବା କଷ୍ଟ ହୋଇଥିଲା । ନିଜର ବିଧବା ଭତା ଏବଂ ନିଜ ନାମରେ ସରକାରୀ ଚାଉଳ କାର୍ଡ କରିବାକୁ ଶିବାନୀ ବାରମ୍ଭାର ପ୍ରଶାସନକୁ ଜଣାଇଥିଲେବି କିଛି ସୁଫଳ ହୋଇନଥିଲା । ଦାରିଦ୍ର ସହି ନପାରି ଶେଷରେ ସେ ନିଜର ଦେଢ ବର୍ଷର ଶିଶୁକନ୍ୟାକୁ ସରକାରଙ୍କ ହାତକୁ ଟେକି ଦେବାକୁ ପରୟାସ ଆକମ୍ଭ କରିଛି । ଆଜି ଶିବାନି ନିଜର ଦେଢବର୍ଷର ଶିଶୁ କନ୍ୟାକୁ ଧରି ପ୍ରଥମେ ଜିଲ୍ଲା ଶିଶୁ ସୁରକକ୍ଷା କମିଟି କୁ ଆସି ଅନେକ ସମୟ ଅପେକ୍ଷା କରି ମଧ୍ୟ ସେଠାରେ କାହାରିକୁ ପାଇ ନଥିଲା । ସେଠାରୁ ପୁଣି ସେ ଚାଇଲ୍ଡ ଲାଇନ କୁ ଯାଇ ତାର ଶୁଶୁ ପୁତ୍ର କୁ ଦେଇଦେବାକୁ ଅନୁରୋଧ କରିଥିଲା । ଶ୍ଷେରେ ବର୍ତମାନ ଉଭୟ ମା ଓ ଶିଶୁ କୁ ସ୍ୱାଧାର ଗୃହରେ ଥଇଥାନ କରାଯାଇଛି ।

ତେବେ ଏନେଇ ଅବଗତ ହେବାପରେ କେନ୍ଦୁଝର ସଦର ବିଡିଓ ଶିବନୀଙ୍କୁ ତୁରନ୍ତ ବିଧବା ଭତା, ସରକାରଙ୍କ ରାସନ କାର୍ଡ ଏବଂ ଜାତିୟ ପରିବାର କଲ୍ୟାଣ ଯୋଜନାରେ ୨୦ହଜାର ଟଙ୍କା ଅର୍ଥରାଶି ଯୋଗାଇ ଦେବାକୁ ପଦକ୍ଷେପ ନେବେ ବୋଲି କହିଛନ୍ତି ।
ଏଫ ଭିଓ- ତେବେ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା କରିଚାଲୁଥବାବେଳେ ଏହି ଘଟଣାରୁ ଏହି ଯୋଜନା କାହାପାଇଁ ବୋଲି ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି ।

By amfnews

Related Post