Sat. Mar 7th, 2026

ଦାରିଙ୍ଗିବାଡ଼ି: ୮ମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣା, ନିଲମ୍ବିିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

312 Views

ଦାରିଙ୍ଗିବାଡ଼ି, ଜାନୁଆରୀ ୧୪ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଶିଶୁକନ୍ୟା ପ୍ରସବ ଘଟଣାରେ ସେବାଶ୍ରମର ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ରାଜ୍ୟ ସରକାରଏହି ପଦକ୍ଷେପ ନେଇଥିବା ଦାରିଙ୍ଗିବାଡ଼ି ବ୍ଲକ୍‌ ମଙ୍ଗଳ ସଂପ୍ରସାରଣ ଅଧିକାରୀ କହିଛନ୍ତି।

ଏହି ମାମଲାରେ କନ୍ଧମାଳ ଜିଲ୍ଲା ପ୍ରଶାସନଏହି ଆବାସିକ ସ୍କୁଲର ୩ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରିଥିବା ବେଳେ ଜଣେ ଏଏନ୍‌ଏମ୍‌, ୨ ଜଣ ମାଟ୍ରନ ଓ ୨ କୁକ୍‌ କମ୍‌ ଆଟେଣ୍ଡାଣ୍ଟଙ୍କୁ ବହିଷ୍କାର କରିଥିଲେ।

ସୂଚନାଯୋଗ୍ୟ ଯେ ଗତକାଲି ଦାରିଙ୍ଗବାଡ଼ି ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟର ଏହି ଅଷ୍ଟମ ଶ୍ରେଣୀ ଛାତ୍ରୀ ଜଣଙ୍କ ହଷ୍ଟେଲରେ ସନ୍ତାନ ପ୍ରସବ ଖବର ପ୍ରଚାର ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ଲୋକେ ଏନ୍‌ଏଚ୍‌ ୫୯ ଅବରୋଧ କରିଥିଲେ। ପୁଲିସ ମଧ୍ୟ ପୀଡ଼ିତାଙ୍କ ବୟାନ ଆଧାରରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

By amfnews

Related Post