Sun. Mar 8th, 2026
190 Views

ବାଲିଗୁଡ଼ା/ସୋନପୁର/ବଣାଇ  :   ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ତେବେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିର ବିଭିନ୍ନ ଅଞ୍ଚଳରେ ଆଜି ତୁଷାରପାତ ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ି ସମେତ ଗ୍ରିନବାଡ଼ି, ସିମନବାଡ଼ି, ପର୍ତ୍ତମାହା ଓ କିଲାବାଡ଼ି ସମେତ ଅନେକ ଆଦିବାସୀ ଉପାନ୍ତ ଅଞ୍ଚଳରେ ତୁଷାରପାତ ହୋଇଛି। ଆଜି ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ରେକର୍ଡ କରାଯାଇଛି। ଶୀତ ଯୋଗୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେହପରି ଘନ କୁହୁଡ଼ି ସାଙ୍ଗକୁ ହାଡ଼ଭଙ୍ଗା ଶୀତ ଯୋଗୁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦୁଇ ଦିନ ବର୍ଷା ହେବାପରେ ପୁଣି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଶୀତ ପାଇଁ ସୋନପୁର ସହରରେ ଏକ ପ୍ରକାର କର୍ଫ୍ୟୁ ଜାରି ହେଲା ଭଳି ଲାଗୁଛି। ଅନେକ ସମୟ ପର୍ଯ୍ୟନ୍ତ ରାସ୍ତାଘାଟ ଶୂନ୍‌ଶାନ୍ ରହୁଛି। ଏଥିସହ ଦୋକାନ ବଜାର ବିଳମ୍ୱରେ ଖୋଲୁଛି। ଗାଡ଼ିମୋଟର ମଧ୍ୟ ବିଳମ୍ୱରେ ଚାଲୁଛି। ଶୀତପାଇଁ ସାଧାରଣ ଲୋକେ କାମକୁ ଯାଇପାରୁ ନଥିବାବେଳେ ଜୀବନଜୀବିକା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।

ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଅଞ୍ଚଳରେ ଗତକାଲି ଠାରୁ ଶୀତ ସାଙ୍ଗକୁ କୁହୁଡ଼ି ଦେଖିବାକୁ ମିଳୁଛି। କୁହୁଡ଼ି ଯୋଗୁ ୧୦ ମିଟର ପର୍ଯ୍ୟନ୍ତ କିଛି ଦେଖା ଯାଉନାହିଁ।

By amfnews

Related Post