Fri. Mar 6th, 2026

ଦାଦାବଟି ପାଇଁ ଗୁଳିକାଣ୍ତ, ଅଭିଯୁକ୍ତ ଅଟକ!

257 Views

ଜଗତସି˚ହପୁର ସଦର, ନଭେମ୍ବର ୧୭: ଜଗତସି˚ହପୁର ଥାନା ଅନ୍ତର୍ଗତ ମଣ୍ତାସାହି ପଞ୍ଚାୟତର ଟିଟିଗାଁର ତଳକୁସୁମା ଗାଁରେ ଦାଦା‌ବଟିକୁ ନେଇ ଆଜି ଗୁଳିକାଣ୍ଡ ଘଟିଛି। ଦାଦାବଟି ପାଇଁ ଜଣେ ବ୍ୟକ୍ତିଙ୍କୁ ଗୁଳି ମରାଯାଉଥିବା ବେ‌େଳ ତାଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଗୁଳି ତାଙ୍କ ବାମ ଜଂଘରେ ବାଜିଛି। ଗୁଳି ମାରିଥିବା ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ଅଭିଯୋଗ ମୁତାବ, ଟିଟିଗାଁ ତଳକୁସୁମା ଗ୍ରାମର ବିଶ୍ବନାଥ ସ୍ବାଇଁ ନିଜ ଷ୍ଟେସନାରୀ ଦୋକାନରେ ବସିଥିବା ବେଳେ ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ମଧୁସୁଦନପୁର ଗ୍ରାମର ସତ୍ୟବ୍ରତ ସ୍ବାଇଁ(ବବୁଲ) ସେଠାରେ ପହଞ୍ଚି ତାଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲା। ଦାଦାବଟି ପାଇଁ ସେ ବିଶ୍ବନାଥଙ୍କୁ ବନ୍ଧୁୁକ ଦେଖାଇ ଡ଼ରାଉଥିବା ବେଳେ  ସେଠାରେ ଉପସ୍ଥିତ ଥିବା ବିଶ୍ବନାଥଙ୍କ ମାମୁଁ ହରିହର ବବୁଲକୁ ମାଡି ବସିଥିଲେ।

ବବୁଲ ତାଙ୍କ କବଳରୁ ମୁକଳିବା ପାଇଁ ହାତରେ ଧରିଥିବା ବନ୍ଧୁକରୁ ଗୋଟିଏ ରାଉଣ୍ତ ଗୁଳି ତାଙ୍କ ଉପରକୁ ଚଳାଇଥିଲା। ଗୁଳି ହରିହରଙ୍କ ବାମଜଂଘରେ ବାଜିଥିଲା। ସେ ଚିତ୍କାର କରୁଥିବା ବେଳେ ବବୁଲ ସେଠାରୁ ଖସି ପଳାଇଥିଲା। ସ୍ଥାନୀୟ ଲୋକେ ଆହତ ହରିହରଙ୍କୁ ସଙ୍ଗେ ସଙ୍ଗେ ଜଗତସି˚ହପୁର ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଥିଲେ। ଜଗତସି˚ହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ପ୍ରାରମ୍ଭିକ ତଥ୍ୟକୁ ଆଧାର କରି ବବୁଲକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ତେବେ, ଅଟକ ରଖିବା ସମ୍ପର୍କରେ ପୁଲିସ ଔପଚାରିକ ଭାବେ କିଛି ପ୍ରକାଶ କରିନାହିଁ।

By amfnews

Related Post