Sun. Nov 24th, 2024

ଦାଦନ ଖଟିବାକୁ ଯାଉଥିଲେ, ଉଦ୍ଧାର ହେଲେ ୧୧ ଶ୍ରମିକ

By amfnews Nov 4, 2019 #Featured
221 Views

କୋରାପୁଟ  : ଦାଦନ ଚାଲାଣ ରୋକିବାକୁ ସରକାରଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଏହା କମିବା ନାଁ ଧରୁନି। ୨ ଦିନ ପୂର୍ବେ ରାଇଘର ଅଞ୍ଚଳର ୧୭ଜଣଙ୍କୁ ଜୟପୁର ପୁଲିସ୍‌ ଉଦ୍ଧାର କରିଥିଲା । ଏହାପରେ କୋରାପୁଟ ପୁଲିସ୍‌ ଦ୍ୱାରା ୧୧ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି।

ଉଦ୍ଧାର  ଦାଦନ ଶ୍ରମିକ ଏକ ବସ୍‌ରେ ରାଇଘରରୁ ବିଶାଖାପାଟଣା ଯାଉଥିଲେ । ସେମାନେ ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳର ବୋଲି ଜଣାପଡିଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୫ଜଣ ନାବାଳକ ଅଛନ୍ତି।

କୌଣସି ସୂତ୍ରରୁ କୋରାପୁଟ ପୁଲିସ୍‌ ଖବର ପାଇ ବସ୍‌ଷ୍ଟାଣ୍ଡରୁ ସମସ୍ତଙ୍କୁ ଉଦ୍ଧାର କରିଥିଲା ଏହାପରେ ସେମାନଙ୍କୁ ଶ୍ରମ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଘଟଣାରେ ପୁଲିସ୍‌ ସଂପୃକ୍ତ ଦଲାଲକୁ ଗିରଫ କରିଛି ।

By amfnews

Related Post