Fri. Mar 6th, 2026

ଦାଦନ ଖଟିବାକୁ ଯାଇ କେରଳରେ ଆଖି ବୁଜିଲେ ଚନ୍ଦ୍ରମଣି

291 Views

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ପଟାମୁଣ୍ଡ ଗାଁର ଜଣେ ଯୁବକ ୨ ମାସ ପୂର୍ବେ ଦାଦନ ଖଟିବାକୁ କେରଳ ଯାଇଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକଙ୍କ ନାଁ ଚନ୍ଦ୍ରମଣି ନାୟକ(୨୫)।

ନିଜର କିଛି ସାଙ୍ଗଙ୍କ ସହ ୨ ମାସ ପୂର୍ବେ ଚନ୍ଦ୍ରମଣି କେରଳର ତିସୁର୍ ସହରକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଗତ ୧୧ ତାରିଖରେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ନିକଟକୁ ଖବର ଆସିଲା । ମୃତ୍ୟୁର ପୂର୍ବଦିନ ଚନ୍ଦ୍ରମଣି ପରିବାର ଲୋକଙ୍କ ସହ କଥା ହୋଇଥିଲେ ।

ତେଣୁ ପରିବାର ଲୋକେ ପୁଅର ମୃତ୍ୟୁକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। କାରଣ ତାଙ୍କ ଶରୀରର  ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ପରିବାର ଲୋକେ କେରଳରୁ ମୃତଦେହକୁ ଧରି  ଘରକୁ ଫେରୁଥିବା ଜଣାଯାଇଛି।

By amfnews

Related Post