ଗଁଦିଆ : ଢେଙ୍କାନାଳ ଜିଲ୍ଲା ଷଡଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଯୋରନ୍ଦା ଫରେଷ୍ଟ ସେକ୍ସନ୍ସ ଅନ୍ତର୍ଗତ ଲତାଦେଇପୁର ଓ ରାଧାଦେଇପୁର ଗ୍ରାମରେ ବୁଧବାର ରାତିରେ ଦନ୍ତାହାତୀ ଉପଦ୍ରବରେ ଚାଳଘର ଭାଙ୍ଗିବା ସହିତ ମଇଁଷି ମୃତ୍ୟୁ ବରଣ କରିଥିବା ବେଳେ ଆହତ ହୋଇଥିବା ଜଣାପଡିଛି । ଲତାଦେଇପୁର ଗ୍ରାମରେ ଦନ୍ତା ଉପଦ୍ରବରେ ରମାଦେହୁରୀର ୨ ବଖରା ଚାଳ ଘର, କାଳିଆ ମଳିକର ଚାଳ ଘର ଭାଙ୍ଗି ଦେଇଥିବା ବେଳେ ରାଧାଦେଇପୁର ଗ୍ରାମର ମନୋରଂଜନ ଷଡଙ୍ଗୀର ପାଇଖାନା ଘର ଭାଙ୍ଗି ଦେଇଛି ।
ଗୋଲେଖ ବୋଇ, ମଙ୍ଗୁଳି ଭୋଇ ଓ ଠକ ଭୋଇଙ୍କର ୪ଟି ମଇଁଷିକୁ ଦନ୍ତା ମାରି ଗୁରୁତର ଆହତ କରିଦେଇଛି । ଫଳରେ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି । ଦନ୍ତା ଉପଦ୍ରବ ଯୋଗୁଁ ଏ ଅଞ୍ଚଳରେ ସଂଧ୍ୟା ହେଲେ ଲୋକଙ୍କର ତାଟି କବାଟ ପଡି ଯାଉଛି । କୌଣଶି ଜରୁରୀ କାଳୀନ ସମୟରେ ଲୋକମାନେ ମଧ୍ୟ ବାହାରକୁ ବାହାରିବା ପାଇଁ ସାହସ କରୁନାହାନ୍ତି । ଦନ୍ତାକୁ ଘଉଡାଇବା ପାଇଁ ଷଡଙ୍ଗୀ ରେଞ୍ଜ କାର୍ଯ୍ୟାଳୟରୁ ଓ ଯୋରନ୍ଦା ଫରେଷ୍ଟ ସେକ୍ସନ୍ସ ହାତୀ ସୁରକ୍ଷା କର୍ମୀ ଆସି ଘଉଡାଇଥିଲେ ମଧ୍ୟ ଦନ୍ତା ଶୁଣିବାର ନାହିଁ । ମୃତ୍ୟୁ ବରଣ କରିଥିବା ମଇଁଷି ଓ ଆହତ ମଇଁଷି କୁ ଚିକିତ୍ସା ବ୍ୟବସ୍ଥା ଓ ହାତୀ ଘର ଭାଙ୍ଗିତିବା ପରିବାରୁକ ତୁରନ୍ତ ବାସସ୍ଥାନ ଯୋଗାଇ ଦେବାପାଇଁ ଦାବି ହୋଇଛି ।