Fri. Mar 6th, 2026

ଥିରୁବନନ୍ତପୁରମ ଦିନିକିଆ: ପୁଣି ଏକ ଘରୋଇ ଦିନିକିଆ ମ୍ୟାଚ ଜିତିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

512 Views

ଥିରୁବନନ୍ତପୁରମ: ଭାରତୀୟ ଟିମ୍‌ ଗୁରୁବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ମ ତଥା ଶେଷ ଦିନିକିଆ ଖେଳିବ। ଏହି ମ୍ୟାଚ ଜିତି ଭାରତ ଶୃଙ୍ଖଳାକୁ ୩-୧ରେ ଶେଷ କରିବାକୁ ଲକ୍ଷ୍ୟ ରଖିବ। ଥିରୁବନନ୍ତପୁରମସ୍ଥିତ ୟୁନିଭରସିଟି ଷ୍ଟାଡିୟମରେ ଦିନିକିଆ ମୁକାବିଲା ଖେଳା ଯାଇଥିଲା, ଯେଉଁଥିରେ ଇଣ୍ଡିଜ ଟିମ ୯ ଓ୍ଵିକେଟରେ ବିଜୟୀ ହୋଇଥିଲା। ସେହି ସମୟରେ ୱେଷ୍ଟଇଣ୍ଡିଜ ଟିମ୍‌ ମଜବୁତ ଥିଲା।

ବର୍ତ୍ତମାନ ଶୃଙ୍ଖଳାର ଏହି ମୁକାବିଲା ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ, ଯାହାକି ଏହି ଷ୍ଟାଡିୟମର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ। ଭାରତ ଗତ ଥର ଦିନିକିଆ ଶୃଙ୍ଖଳା ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାରି ଯାଇଥିଲା। ମାତ୍ର ଏବେ ଭାରତର ସ୍ଥିତି ଭଲ ଅଛି। ଚଳିତ ଶୃଙ୍ଖଳାରେ ଭାରତ ୨ଟି ମ୍ୟାଚ ଜିତିଥିବା ବେଳେ ଗୋଟିଏ ହାରିଛି। ସେହିଭଳି ଗୋଟିଏ ମ୍ୟାଚ ଟାଇ ହୋଇଛି।

ଟିମ୍‌ ଇଣ୍ଡିଆକୁ ଶୃଙ୍ଖଳାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ କଡା ଚ୍ୟାଲେଞ୍ଜ କରିବାକୁ ହେବ। କାରଣ ଭାରତ ପୁନେ ଦିନିକିଆରେ ପରାସ୍ତ ହୋଇ ଯାଇଥିଲା। ଗୁରୁବାର ମ୍ୟାଚ ସମୟରେ ବର୍ଷା ହୋଇପାରେ ବୋଲି ମଧ୍ୟ ଭବିଷ୍ୟବାଣୀ ହୋଇଛି।

By amfnews

Related Post