Sat. Mar 7th, 2026

ଥମୁନି ଉତ୍ତେଜନା, ମୃତଦେହ ଧରି ଆସିଥିବା ଆମ୍ବୁଲାନ୍ସ ଡ୍ରାଇଭର ଓ ପୁଲିସ୍‌ ଅଟକ

241 Views

ଜଳେଶ୍ୱର  : ଥମୁନି ଉତ୍ତେଜନା। ମୃତଦେହ ଧରି ଆସିଥିବା ଆମ୍ୱୁଲାନ୍ସ ଡ୍ରାଇଭର ଓ ପୁଲିସ କର୍ମଚାରୀଙ୍କୁ ଗାଁ ଲୋକେ ଅଟକ ରଖିଛନ୍ତି। ଅଭିଯୁକ୍ତଙ୍କ ଗିରଫ ଓ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଆଜି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା-ବାଲିଆପାଳ ରାସ୍ତାର ଉଲୁଡ଼ା ଛକରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଫଳରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଛି।

ଗତକାଲି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଇଡ୍‌କୋ ଛକରେ ଥିବା ଏକ ଢାବା ଭିତରୁ ଉଲୁଡ଼ା ଗାଁର ବିଜୟ ଦଳାଇ ନାମକ ଜଣେ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲଙ୍କାକାଣ୍ଡ ପରେ ବାଲେଶ୍ୱର ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରିଥିଲେ। ପରିବାର ଲୋକଙ୍କ ଉପସ୍ଥିତିରେ ଶବବ୍ୟଚ୍ଛେଦ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ଓ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ।

ରାତି ହୋଇଯାଇଥିବାରୁ ଶବବ୍ୟବଚ୍ଛେଦ ହୋଇପାରିନଥିଲା। ତେଣୁ ପରିବାର ଲୋକେ ଘରକୁ ଫେରି ଆସିଥିଲେ। ତେବେ ଆଜି ଭୋର ସାଢ଼େ ୪ଟା ବେଳେ ଦୁଇ ଜଣ କନ୍‌ଷ୍ଟେବଲ୍‌ ଆମ୍ବୁଲାନ୍ସରେ ମୃତଦେହ ଧରି ଉଲୁଡ଼ା ଗାଁରେ ପହଞ୍ଚିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଆମ୍ୱୁଲାନ୍ସ ଡ୍ରାଇଭର ଓ ଦୁଇ କନ୍‌ଷ୍ଟେବଲଙ୍କୁ ଅଟକ ରଖିଥିଲେ। ଏପରିକି ଟାୟାଳ ଜାଳି ରାସ୍ତାରୋକ କରିଛନ୍ତି।

ଖବର ପାଇ ଜଳେଶ୍ୱର ଏସ୍‌ଡିପିଓ ସୁଦର୍ଶନ ଦାସ, କମର୍ଦ୍ଦା, ସିଙ୍ଗଲା, ଭୋଗରାଇ ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। କିନ୍ତୁ ଉତ୍ତ୍ୟକ୍ତ ଲୋକେ ନିଜ ଜିଦ୍‌ରେ ଅଟଳ ଅଛନ୍ତି।

By amfnews

Related Post