Tue. Dec 24th, 2024

ତ୍ରିଚିର ଏମ୍ଏସ୍ଏମ୍ଇ ଉଦ୍ୟୋଗ ସମୂହ – ବ୍ରମାସ ଦ୍ୱାରା ଆରଏସ୍ପି ଶ୍ରେଷ୍ଠ ଯୋଗାଣକାରୀ ରୂପେ ପୁରସ୍କୃତ

rklsanchar@gmail.com' By J.N. Pradhan Jun 26, 2018 #Featured
173 Views

ରାଉରକେଲା, ୨୬/୬: ତ୍ରିଚିଠାରେ ଅନୁଷ୍ଠିତ ଏକ ଉତ୍ସବରେ ୨୭୫ଟି ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପୋଦ୍ୟୋଗକୁ ନେଇ ଗଠିତ ସମୂହ ‘ବ୍ରମାସ’, ମହାରତ୍ନ କମ୍ପାନୀ ସେଲ୍ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନାକୁ ବର୍ଷ ୨୦୧୭-୧୮ ନିମନ୍ତେ ଶ୍ରେଷ୍ଠ ଉତ୍ପାଦ ଯୋଗାଣକାରୀ ରୂପେ ପୁରସ୍କାର ପ୍ରଦାନ କରିଛି । ସମୟୋପଚିତ ରୂପେ ବ୍ରମାସ ଏବଂ ତ୍ରିଚିର ଅନ୍ୟ ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡ଼ିକୁ ଉତ୍ତମମାନର ସାମଗ୍ରୀ ଯୋଗାଇ ଦେବା ନିମନ୍ତେ ଆରଏସ୍ପିକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଭେଲ୍ର ନିର୍ବାହୀ ନିର୍ଦ୍ଦେଶକ ରାଜା ମନୋହର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନପତ୍ର ପ୍ରଦାନ କରିଥିଲେ । ଆରଏସ୍ପି ତରଫରୁ ଫ୍ଲାଟ୍ ଉତ୍ପାଦ ବିପଣନ ବିଭାଗ ଡିଜିଏମ୍ ଭି. ଶଶିଧର ଏବଂ ଚେନ୍ନାଇ ଆକାଉଣ୍ଟସ ମ୍ୟାନେଜର ଟି.ଏନ୍. ନଟରାଜନ ଏହି ମାନପତ୍ର ଗ୍ରହଣ କରିଥିଲେ । ଉଲ୍ଲେଖନୀୟ ଯେ, ଏମଏସ୍ଏମଇଗୁଡ଼ିକର ବ୍ରାମାସ ହେଉଛି ଏକ ସମବାୟ ଅନୁଷ୍ଠାନ ଯେଉଁଗୁଡ଼ିକ ଭେଲ୍ ତ୍ରିଚି ଶାଖାର ଷ୍ଟିଲ୍ ଫେବ୍ରିକେସନ କାର୍ଯ୍ୟଗୁଡ଼ିକ ସହିତ ସଂଶ୍ଳିଷ୍ଟ ଅଟନ୍ତି । ସେଲ୍ ଓ ବ୍ରମାସ ମଧ୍ୟରେ ସ୍ୱାକ୍ଷରିତ ସ୍ୱତନ୍ତ୍ର ପ୍ରକଳ୍ପ ବୁଝାମଣା ପତ୍ର ଅନୁଯାୟୀ ସେଲ୍ ଅଗ୍ରାଧିକାର ଭିତ୍ତିରେ ବ୍ୟାଚ୍ ରୋଲିଂ, ନିର୍ଦ୍ଧାରିତ ମାପଦଣ୍ଡର ରୋଲିଂ ତଥା ବଜାର ଦରବୃଦ୍ଧିରୁ ସୁରକ୍ଷା ପ୍ରଦାନ ପୂର୍ବକ ସାମଗ୍ରୀ ଯୋଗାଇ ଦେଇଥିଲା ।

୨୦୧୭-୧୮ ଆର୍ôଥକ ବର୍ଷରେ ଫେବୃୟାରୀ ମାସର ମଧ୍ୟ ସୁଦ୍ଧା ୧୪ ହଜାର ମାଟ୍ରିକ୍ ଟନ୍ ଫ୍ଲାଟ୍ ଉତ୍ପାଦ ବରାଦ ହୋଇଥିବାବେଳେ ଏହାକୁ ମାର୍ଚ୍ଚ ମାସ ସୁଦ୍ଧା ଯୋଗାଇ ଦିଆଯାଇଥିଲା । ଏହି ସନ୍ଦର୍ଭରେ ବ୍ରମାସର ନିର୍ଦ୍ଦେଶକ ବୃନ୍ଦ ଏବଂ ସେଲ୍ ସିଏମ୍ଓ ଅଫିସିଆଲ ଆରଏସ୍ପି ପରିଦର୍ଶନ କରିବା ସହିତ ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ମତବିନିମୟ କରିଥିଲେ । କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶୁଭେନ୍ଦ୍ର ଦାସ ଏବଂ ଆରଏସ୍ପିର ବରିଷ୍ଠ ଅଧିକାରୀମାନେ ମଧ୍ୟ ବ୍ରମାସ ଗସ୍ତ କରିଥିଲେ ।

ବୁଝାମଣା ପତ୍ର ଅନୁଯାୟୀ ଧାର୍ଯ୍ୟ ସାମଗ୍ରୀ ଯୋଗାଣ ସମ୍ପୂର୍ଣ୍ଣ ହୋଇଥିଲା ଏବଂ ତନ୍ମଧ୍ୟରୁ ୧୨ ହଜାର ଟନ୍ ପ୍ଳେଟ୍ ମିଲ୍ ପ୍ଳେଟ୍ ଏବଂ ଏଚ୍ଆର ପ୍ଳେଟ୍ ଆରଏସ୍ପି ଯୋଗାଇ ଦେଇଥିଲା । ଏହାଦ୍ୱାରା ଭାରତର ଅନ୍ୟତମ ମହାରତ୍ନ କମ୍ପାନୀ ଭେଲ୍ର ପ୍ରମୁଖ ଶକ୍ତି ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ସମ୍ଭବପର ହୋଇପାରିଥିଲା । ବ୍ରମାସ ସେଲ୍କୁ ଏକକ ବୃହତ୍ତମ ସାମଗ୍ରୀ ଯୋଗାଣକାରୀ ରୂପେ ସ୍ୱୀକୃତି ପ୍ରଦାନ କରୁଛି । ସେଲ୍ ବ୍ରମାସର ସମୁଦାୟ ସାମଗ୍ରୀର ୫୫%ରୁ ଊଦ୍ଧ୍ୱର୍ ଯୋଗାଇ ଦେଉଛି ।

୨୦୧୮ ବର୍ଷ ନିମନ୍ତେ ୨୦ ହଜାର ଟନ୍ ସାମଗ୍ରୀ ଯୋଗାଇଦେବା ନିମନ୍ତେ ଅନ୍ୟ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏଥି ମଧ୍ୟରୁ ଅଦ୍ୟାବଧି ସେଲ୍ ୧୬ ହଜାର ଟନ୍ ଇସ୍ପାତ ଯୋଗାଇ ଦେଇଛି ଏବଂ ତନ୍ମଧ୍ୟରୁ ଆରଏସ୍ପି ୧୧ ହଜାର ଟନ୍ ଇସ୍ପାତ ଯୋଗାଇ ଦେଇଛି ।

Related Post