Fri. Dec 27th, 2024

ତୈଳ ଭଣ୍ଡାର ନିର୍ମାଣ ପାଇଁ ନିବେଶକ ଖୋଜୁଛନ୍ତି ସରକାର, ତିଆରି ହେବ ୨ ଗୁମ୍ଫା, ଓଡ଼ିଶାରେ ହେବ ଗୋଟିଏ

By amfnews Oct 14, 2018 #Featured
180 Views

ନୂଆଦିଲ୍ଲୀ, ଅକ୍ଟୋବର୧୩ : ଅଶୋଧିତ ତୈଳର କ୍ରମାଗତ ମୂଲ୍ୟ ବୃଦ୍ଧି ମଧ୍ୟରେ ସରକାର ତୈଳକୁ ସଂରକ୍ଷିତ ରଖିବାର କ୍ଷମତା ବଢାଇବା ଉପରେ ବିଚାର କରୁଛନ୍ତି। ସରକାର ଚାହୁଁଛନ୍ତି ଯେ ତୈଳ ବିପଣନକାରୀ କମ୍ପାନୀ ଓ ଉତ୍ପାଦନକାରୀ କମ୍ପାନୀ ତୈଳ ସଂରକ୍ଷଣ ଉପରେ ନିବେଶ କରନ୍ତୁ। ଏହି ତୈଳ ଭଣ୍ଡାରକୁ  ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ(ଏସପିଆର) କୁହଯାଏ।

ତୈଳ ଗୁମ୍ଫା-

ଭାରତରେ ବିଶାଖାପାଟଣାରେ ଏକ ତୈଳ ଭଣ୍ଡାର ରହିଛି। ଏଥିରେ ୧.୩୩ ଏମଏମଟି ଅଶୋଧିତ ତୈଳ ରହିଛି। ମାଙ୍ଗାଲୋରରେ ରହିଥିବା ଅନ୍ୟ ଏକ ଭଣ୍ଡାରରେ ତୈଳ ଅଧା ରହିଛି। ତୃତୀୟ ଭଣ୍ଡା ରହିଛି କର୍ଣ୍ଣାଟକରେ ଏବଂ ଏଥିରେ ଅଶୋଧିତ ତୈଳ ଭର୍ତ୍ତି କରାଯିବାର ଅଛି। ମାତ୍ର ଅଧିକ ତୈଳ ସଂରକ୍ଷିତ ରଖିବା ପାଇଁ ସରକାର ଆଉ ଦୁଇଟି ତୈଳ ଭଣ୍ଡାର ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି। ଏହି ଦୁଇଟି ଏସପିଆର ଓଡ଼ିଶା ଓ କର୍ଣ୍ଣାଟକରେ ନିର୍ମାଣ କରାଯିବ।

ଏହି ଦୁଇଟି ତୈଳ ଗୁମ୍ଫା ନିର୍ମାଣ ପାଇଁ ସରକାର ବୈଶ୍ଵିକ ନିବେଶକ ସନ୍ଧାନରେ ଅଛନ୍ତି, ଯିଏ ଏହି ପ୍ରକଳ୍ପରେ ୧.୫ ଅରବ ଡଲାର ନିବେଶ କରି ପାରିବ। ଏଥିପାଇଁ ସରକାର ନୂଆଦିଲ୍ଲୀ, ସିଙ୍ଗାପୁର ଓ ଲଣ୍ଡନରେ ରୋଡ ଶୋ କରିବାକୁ ଯୋଜନା ରଖିଛନ୍ତି। ଯେଉଁଥିରେ ନିବେଶକଙ୍କୁ ଆକର୍ଷିତ କରାଯାଇ ପାରିବ। ଯଦି ଘରୋଇ ନିବେଶକ ମିଳି ଯାଆନ୍ତି ତେବେ ସରକାରଙ୍କ ବୋଝ କିଛିଟା ହାଲୁକା ହୋଇଯିବ।

ଏହି ତୈଳ ଗୁମ୍ଫାରେ କମ୍ପାନୀ ଅଶୋଧିତ ତୈଳ ଭରିଲେ ମଧ୍ୟ ଏଥିରେ ପ୍ରଥମ ଅଧିକାର ସରକାରଙ୍କ ରହିବ। ୨୦୦୬ରେ ଗଠିତ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ୍ ମଧ୍ୟ ଘରୋଇ କମ୍ପାନୀ ସହିତ ମିଶି ଏହି କାମରେ ସହଯୋଗ କରିବ। ଅଧିକ ତୈଳ ଗୁମ୍ଫା ନିର୍ମାଣ ହେଲେ ଅଧିକ ପରିମାଣରେ ଅଶୋଧିତ ତେଲ ମହଜୁଦ ରହି ପାରିବ।  ଏଥିରେ ଅନ୍ତରାଷ୍ଟ୍ରୀୟ ବଜାରରେ ବଢୁଥିବା ପ୍ରଭାବ ମଧ୍ୟ ହ୍ରାସ ପାଇବ ଏବଂ ଉର୍ଜା ସୁରକ୍ଷା ସୁନିଶ୍ଚିତ କରାଯାଇ ପାରିବ।

ଏବେ ଦେଶରେ ଥିବା ତିନୋଟି ଭଣ୍ଡାର ୧୦ ଦିନର ଅଶୋଧିତ ତୈଳର ଆବଶ୍ୟକତାକୁ ପୂରଣ କରି ପାରିବ। କିନ୍ତୁ ଆଉ ଦୁଇଟି ତୈଳ ଭଣ୍ଡାର ନିର୍ମାଣ ହେଲେ ଆହୁରି ୧୨ ଦିନର ତେଲ ଅଭାବକୁ ପୂରା କରାଯାଇ ପାରିବ। ଉଲ୍ଲେଖଯୋଗ୍ୟ ୧୯୯୦ରେ ଉପସାଗରୀୟ ଦେଶରେ ଯୁଦ୍ଧ ସମୟରେ ଆମର ତୈଳ ଭଣ୍ଡାରରେ କେବଳ ତିନି ଦିନର ଅଶୋଧିତ ତୈଳ ବଞ୍ଚିଥିଲା।

By amfnews

Related Post