Wed. Dec 25th, 2024

ତେଲ ଦର ହ୍ରାସ ପରେ ରିଲାୟନ୍ସକୁ ଝଟକା, ପୁଞ୍ଜିକରଣ ମାମଲାରେ ହରାଇଲା ପ୍ରଥମ ସ୍ଥାନ

By amfnews Oct 30, 2018 #Featured
227 Views

Khabar Odisha:Oil-shock-to-reliance-industries-limited-decline-in-market-capitalization
ନୂଆଦିଲ୍ଲୀ, ଅକ୍ଟୋବର ୩୦: ମାର୍କେଟ କ୍ୟାପିଟାଲାଇଜେସନ ପରେ ରିଲାୟନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡକୁ ପେଟ୍ରୋଲିୟମ ବ୍ୟବସାୟରେ ଦେଶରେ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଛି । ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ହେବା ପରେ ରିଲାୟନ୍ସ କମ୍ପାନୀକୁ ବଡ଼ ଝଟକା ଲାଗିଛି । କାରଣ ମାର୍କେଟ କ୍ୟାପିଟାଲାଇଜେସନ ମାମଲାରେ ୧ ନମ୍ବର ସ୍ଥାନ ହରାଇଛି । ଟାଟା କନସଲଟେନ୍ସି ସର୍ଭିସେସ ୧ ନମ୍ବର ସ୍ଥାନ ଦଖଲ କରିବା ପରେ ରିଲାୟନ୍ସ ୨ୟ ସ୍ଥାନକୁ ଖସିଆସିଛି ।

ରିିଲାୟନ୍ସ ଇଣ୍ଡଷ୍ଟ୍ରୀ ବିଗତ କିଛି ବର୍ଷ ହେବ ଏସିଆ, ଆଫ୍ରିକା ଏବଂ ଉଇରୋପରେ ଭଲ ବ୍ୟବସାୟ କରିଛି । ମିଡିଲ ଇଷ୍ଟରେ ଅଶୋଧିତ ତୈଳ ପ୍ରୋସେସ କରିବା ପରେ ଚୀନ, ଜାପାନ, ସାଉଥ କୋରିଆ ଏବଂ ତାଇୱାନ ଭଳି ଦେଶକୁ ତେଲ ବିକ୍ରି କରିଥିଲା । ମାତ୍ର ଯେତେବେଳେ ତେଲ ମାମଲାରେ ଭାରତ, ଜାପାନକୁ ପଛରେ ପକାଇଲା, ରିଲାୟନ୍ସକୁ ତେଲ ବଜାରରେ ଏକ ପରିବର୍ତ୍ତନ ଆଣିଥିଲା । ରିଲାୟନ୍ସ ପକ୍ଷରୁ ଦେଶରେ ୧୩୦୦ ରିଟେଲ ଫ୍ୟୁଏଲ ସର୍ଭିସ ଷ୍ଟେସନ ଖୋଲିଛି ।

ରିଲାୟନ୍ସର ଯୁଗ୍ମ ମୁଖ୍ୟ ଅର୍ଥ ଅଧିକାରୀ ଭେଙ୍କଟାଚାରୀ ଶ୍ରୀକାନ୍ତ ଅକ୍ଟୋବର ୧୭ରେ ଆମଦାନୀ ନେଇ ଉପସ୍ଥାପନ ସମୟରେ କହିଛନ୍ତି, ଯେତେବେଳେ ଦର ହ୍ରାସ ପାଇଥାଏ, ଆପଣଙ୍କୁ ପ୍ରଭାବୀ ଶୈଳୀ ପାଳନ କରିବାକୁ ପଡ଼ିଥାଏ । ଆମେ ରିଟେଲ ପେଟ୍ରୋଲକୁ ନେଇ ରଣନୀତି ଉପରେ ଏହାର ପ୍ରଭାବ ପକାଇବାକୁ ଦେବୁ ନାହିଁ ।

By amfnews

Related Post