Sat. Mar 7th, 2026

ତେଜସ୍ୱୀ ଯାଦବ କହିଲେ, ‘ବିଜେପି ସରକାର ରୋଗଗ୍ରସ୍ତ ବାପାଙ୍କୁ ଭେଟିବାକୁ ସୁଯୋଗ ଦେଉନାହିଁ’

286 Views

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଟୁଇଟ୍‌ କରି ପୁଣି ଥରେ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି। ତେଜସ୍ୱୀ ଯାଦବ ଅଭିଯୋଗ କରିଛନ୍ତି ଯେ ଅମାନବୀୟ ବିଜେପି ସରକାର ତାଙ୍କୁ ରାଞ୍ଚି ହସ୍ପିଟାଲରେ ଚିକିତ୍ସାଧୀନ ପିତା ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିବାକୁ ସୁଯୋଗ ଦେଉ ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ବିଜେପିର ଫାସୀବାଦୀ ସରକାରକୁ ସେ କଡ଼ା ଜବାବ୍‌ ଦେବେ।

ତେଜସ୍ୱୀ ଯାଦବଙ୍କର ଏହି ଟୁଇଟ୍‌ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଉପେନ୍ଦ୍ର କୁଶବାହା ଏହାକୁ ଖୁବ୍‌ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ବିହାରରେ ପଛୁଆ,ଦଳିତ,ଶୋଷିତ,ବଞ୍ଚିତ ଓ ଅଳ୍ପସଂଖ୍ୟକମାନଙ୍କ ମସିହା ଆଦରଣୀୟ ଶ୍ରୀ ଲାଲୁ ପ୍ରସାଦ ଯାଦବ ରୋଗଗ୍ରସ୍ତ ଅଛନ୍ତି। ନୀତିଶଜୀଙ୍କ ସହିତ ବିଜେପି ସରକାର ତାଙ୍କୁ ଷଡ଼ଯନ୍ତ୍ର ଚଳାଇ ଜେଲ୍‌ରେ ବନ୍ଦ କରି ରଖିଛନ୍ତି। ତାଙ୍କୁ ପୁତ୍ର ତେଜସ୍ୱୀ ଯାଦବଙ୍କୁ ଭେଟିବାକୁ ନ ଦେବା ଦୁର୍ଭାଗ୍ୟଜନକ।

By amfnews

Related Post