Tue. Apr 22nd, 2025

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

By amfnews Jan 8, 2020 #Featured
129 Views

ରାଉରକେଲା : ରାଉରକେଲାର ଝିରପାଣି ଥାନା ଅଞ୍ଚଳରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ଅବସ୍ଥା ଗୁରତର ଅଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ସେ ଶନିବାର ସନ୍ଧ୍ୟାରେ ଟିଉସନ୍‌ ହେବାକୁ ପମ୍ପ୍ ହାଉସ୍ ନିକଟକୁ ଯାଇଥିଲା। ମାତ୍ର ରାତିରେ ଘରକୁ ଫେରି ନଥିଲେ। ପରିବାର ଲୋକେ ଝିଅକୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ତା’ ପରଦିନ ଅର୍ଥାତ୍ ରବିବାର ନାବାଳିକାଟି କୋଏଲ ନଦୀ ନିକଟରେ ବସି କାନ୍ଦୁଥିବା ଏକ ସ୍ୱେଚ୍ଛାସେବୀ ସଂଗଠନର କିଛି ସଦସ୍ୟ ଦେଖିଥିଲେ। ସେମାନେ ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ରାଉରକେଲା ସରକାରୀ ହସ୍‌ପିଟାଲରେ ଥିବା ଚାଇଲ୍ଡ ଲାଇନର “ସଖୀ”ରେ ଭର୍ତ୍ତି କରିଥିଲେ ଏବଂ ଏନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଗତକାଲି ତାଙ୍କ ପରିବାର ଲୋକେ ଝିରିପାଣି ଥାନାରେ ଏତଲା ଦେଇଛନ୍ତି। ଏହାସହ ‘ସଖୀ’ ପକ୍ଷରୁ ମଧ୍ୟ ଥାନାରେ ଏତଲା ଦିଆଯାଇଛି।
ପୁଲିସ୍ ଝିଅଟିର ଡାକ୍ତରୀମାଇନା କରି ଘଟଣାର ତଦନ୍ତ କରୁଛି। ପୁଲିସ୍ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରୁଛି।

By amfnews

Related Post